ଓଡ଼ିଶା ବିଜେପିର ଓପନ୍ ସର୍ଜରୀ କେବେ ? ଆଶା ଆଶଙ୍କାରେ ନେତା

ଭୁବନେଶ୍ୱର (ଦେବଦତ୍ତ ରଥ): ପୂର୍ବରୁ ଗୁଜୁରାଟକୁ ହିନ୍ଦୁତ୍ୱର ପ୍ରୟୋଗଶାଳା ବୋଲି କୁହା ଯାଉଥିଲା। ଏହାପରେ ଓଡ଼ିଶା ଉପରେ ଆଶା ବାନ୍ଧିଥିଲେ ଉଭୟ ସଂଘ ଓ ବିଜେପି। ଏଠାରୁ ଅନେକ କିଛି ଆଶା ରଖିଥିଲେ। କିନ୍ତୁ ଆଶା ନିରାଶାରେ ପରିଣତ ହୋଇଗଲା। ବିଜେଡି ସହ ମେଣ୍ଟ ଭାଙ୍ଗିବା ପରଠାରୁ ଆଜିଯାଏଁ ଓଡ଼ିଶାରେ ଅନୁଷ୍ଠିତ କୌଣସି ନିର୍ବାଚନରେ ବିଜେପି ଆଶାନୁରୂପ ସଫଳତା ପାଇଲା ନାହିଁ। ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ‘ମିଶନ-୧୨୦’ କଥା କହୁଥିବା ବେଳେ, ବିଜେପୁର ଉପନିର୍ବାଚନ […]

ptp

ptp

Rakesh Mallick
  • Published: Friday, 06 April 2018
  • Updated: 06 April 2018, 08:53 PM IST

Sports

Latest News

ଭୁବନେଶ୍ୱର (ଦେବଦତ୍ତ ରଥ): ପୂର୍ବରୁ ଗୁଜୁରାଟକୁ ହିନ୍ଦୁତ୍ୱର ପ୍ରୟୋଗଶାଳା ବୋଲି କୁହା ଯାଉଥିଲା। ଏହାପରେ ଓଡ଼ିଶା ଉପରେ ଆଶା ବାନ୍ଧିଥିଲେ ଉଭୟ ସଂଘ ଓ ବିଜେପି। ଏଠାରୁ ଅନେକ କିଛି ଆଶା ରଖିଥିଲେ। କିନ୍ତୁ ଆଶା ନିରାଶାରେ ପରିଣତ ହୋଇଗଲା। ବିଜେଡି ସହ ମେଣ୍ଟ ଭାଙ୍ଗିବା ପରଠାରୁ ଆଜିଯାଏଁ ଓଡ଼ିଶାରେ ଅନୁଷ୍ଠିତ କୌଣସି ନିର୍ବାଚନରେ ବିଜେପି ଆଶାନୁରୂପ ସଫଳତା ପାଇଲା ନାହିଁ।

ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ‘ମିଶନ-୧୨୦’ କଥା କହୁଥିବା ବେଳେ, ବିଜେପୁର ଉପନିର୍ବାଚନ ପରେ ଏବେ ପୌର ନିର୍ବାଚନରେ ମାତ୍ର ଗୋଟିଏ ୱାର୍ଡରେ ଜିତି ବିଜେପି ନିଜ ଔକାତ ଦେଖାଇ ଦେଇଛି। ଓଡ଼ିଶା ରାଜନୀତିରେ ଦ୍ଵିତୀୟ ସ୍ଥାନରେ ଅଛି ବୋଲି କହି ଦଳ ନିଜକୁ ନିଜେ ପ୍ରଶଂସା କଲା। ବାସ୍ତବରେ ଓଡ଼ିଶା ବିଜେପିରେ ଏହି ସ୍ଥିତି ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପରଠାରୁ ଆରମ୍ଭ ହୋଇ ଯାଇଥିଲା। ଅନେକ କୁହନ୍ତି, ବିଜେପି ଯଦି ସେଦିନ ନିଜ ଆଡୁ ମେଣ୍ଟରୁ ଓହରି ଯାଇ ଥାଆନ୍ତା, ତେବେ ସରକାର ତ ଭାଙ୍ଗିଥାନ୍ତା, ପରବର୍ତ୍ତୀ ନିର୍ବାଚନରେ ହୁଏତ ଦଳ ନିଜର ସ୍ଥିତି ଜାହିର କରିପାରି ଥାଆନ୍ତା। କିନ୍ତୁ ସେପରି ହେଲା ନାହିଁ। ଓଲଟି ବିଜେଡି ଏମାନଙ୍କୁ ଗଳାଧକ୍କା ଦେଇ ବାହାର କଲା। ସଲାସୁତରା ପାଇଁ ଯାଇଥିବା ଚନ୍ଦନ ମିତ୍ରଙ୍କୁ ବିଜେଡି ବେଖାତିର କରି ତିରସ୍କାର କଲା। ପରେ ନିର୍ବାଚନରେ ବିଜେପି ୩ୟ ସ୍ଥାନରେ ରହିଲା। ବିଜେପି ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଛି ବୋଲି ବିଜେଡି ପ୍ରଚାର କରୁଥିବା ବେଳେ, ଓଡିଶା ବିଜେପି ନେତାଏ କ୍ଷମତା ଲୋଭରେ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନକୁ ଭୁଲିଗଲେ ବୋଲି ଧାରଣା ସୃଷ୍ଟି ହେଲା।

ବାସ୍ତବରେ ଏସବୁ ଦେଖିଲେ ଜଣାପଡ଼େ ଯେ, ବିଜେପିର କେନ୍ଦ୍ରୀୟ ନେତୃତ୍ୱ, ଓଡ଼ିଶା ବିଜେପି ଉପରେ ଭରସା କରିପାରିଲେ ନାହିଁ। ତେଣୁ କଂଗ୍ରେସକୁ ହଟାଇବାକୁ ବିଜେଡି ସହ ସନ୍ଧି ଯୋଜନାରେ ରହିଲେ। ଚନ୍ଦନ ମିତ୍ରଙ୍କୁ ଅପମାନ ସତ୍ୱେ ମେଣ୍ଟ ପାଇଁ ପ୍ରୟାସ କରିବା, କେନ୍ଦ୍ରମନ୍ତ୍ରୀ ଓଡ଼ିଶାକୁ ଆସି ବାରମ୍ବାର ନବୀନଙ୍କୁ ପ୍ରଶଂସା କରିବା ଏହାର ଉଦାହରଣ। ପୂର୍ବରୁ ନରେନ୍ଦ୍ର ମୋଦୀ କିମ୍ବା ଅମିତ ଶାହା ଓଡ଼ିଶା ଆସିଲେ, ନବୀନଙ୍କୁ ଟାର୍ଗେଟ କରି କ’ଣ କହିବେ ତାକୁ ଅନେଇ ବସୁଥିଲେ ଓଡ଼ିଶା ବିଜେପି ନେତାଏ। ଓଡ଼ିଶା ବିଜେପି କେନ୍ଦ୍ରକୁ ମାତ୍ର ଗୋଟିଏ ସାଂସଦ ଦେଇ ପାରିଛି। କିନ୍ତୁ ପ୍ରତିବଦଳରେ ବହୁକିଛି ପାଇଛି। ହେଲେ ଦଳ ଆଉ ପାଦଟିଏ ବି ଆଗକୁ ଯାଇ ପାରୁନି। ଏହାର କାରଣ ତୃଣମୂଳରେ ଦୁର୍ବଳ ସଙ୍ଗଠନ। ଅନୁଧ୍ୟାନ କଲେ ଦେଖାଯାଏ, ଯେଉଁ ରାଜ୍ୟରେ ସଂଘ (ଆରଏସଏସ)ର ସ୍ଥିତି ମଜଭୁତ ଥାଏ ଏବଂ ବିଜେପି ସଂଘର ଯୋଜନା ଭିତରେ ଥାଏ, ସେଠାରେ ଦଳ ସଫଳତା ପାଇଥାଏ। କିନ୍ତୁ ଓଡ଼ିଶାରେ ସ୍ଥିତି ଓଲଟା। ଏଠାରେ ବିଜେପି ବ୍ୟକ୍ତିବାଦ ଏବଂ ଗୋଷ୍ଠିବାଦ ଭିତରେ ବୁଡ଼ି ରହିଛି। ସଂଘର ଯୋଜନା ଅନୁଯାୟୀ ସଙ୍ଗଠନ ବୃଦ୍ଧି କରିବା ପରିବର୍ତେ ନେତା ନିଜ ନିଜର କାୟା ବିସ୍ତାର କରୁଛନ୍ତି।

ଏବେ ରାଜ୍ୟ ବିଜେପିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବ ବୃଦ୍ଧି ପାଇଛି। ଦଳର ଅଧିକାଂଶ ଛାମୁଆଁ ସଂଗଠନର ଛୋଟବଡ଼ ନେତା ତାଙ୍କ ଆନୁଗତ୍ୟ ସ୍ୱୀକାର କରିଛନ୍ତି। ଏପରିକି ଦଳର ରାଜ୍ୟ ସଭାପତିଙ୍କ ରିମୋଟ ମଧ୍ୟ ତାଙ୍କ ହାତରେ ଅଛି ବୋଲି କୁହାଯାଉଛି। ବିଜେପିର ସଭାସମିତି ଗୁଡ଼ିକ ମଧ୍ୟ ଧର୍ମେନ୍ଦ୍ର କୈନ୍ଦ୍ରିକ ହୋଇଯାଇଥିବା ପରି ଲାଗୁଛି। ନେତାମାନେ ନିଜ ନିର୍ବାଚନ ମଣ୍ଡଳୀର ଥିବା ବିଜେଡି ବିଧାୟକଙ୍କ ବିରୋଧରେ କେବେ ଆନ୍ଦୋଳନ ନକରି, କେବଳ ନବୀନଙ୍କୁ ଟାର୍ଗେଟ କରୁଛନ୍ତି। ଦଳରେ ସାଙ୍ଗଠନିକ କ୍ଷମତା ଜାବୁଡ଼ି ଧରିଥିବା ନେତାମାନଙ୍କର ନିଜ ଅଞ୍ଚଳରେ ସ୍ଥିତି ବୋଲି କିଛି ରହୁନାହିଁ।

ତେଣୁ ଓଡିଶା ବିଜେପିର ସଂପୂର୍ଣ୍ଣ ସର୍ଜରୀ ବିନା ଅମିତ ଶାହାଙ୍କ ମିଶନ-୧୨୦ ବିଫଳ ହେବା ନିଶ୍ଚିତ। ଦଳରେ ଏବେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ପରି ପୁରୁଖା ନେତାଙ୍କୁ କୋଣଠେସା କରାଯାଉଛି। ରାଜ୍ୟ ବିଜେପି ଏବେ ତାର ସଙ୍ଗଠନ ସମ୍ପାଦକଙ୍କୁ ପରିବର୍ତ୍ତନ କରିଛି। ଶୁଣିବାକୁ ମିଳୁଛି ଆମୂଳଚୂଳ ପରିବର୍ତ୍ତନ ହେବ। କେନ୍ଦ୍ର ନେତୃତ୍ୱ ଏବେ ପ୍ରତାପ ଷଢ଼ଙ୍ଗୀ କିମ୍ବା କନକ ବର୍ଦ୍ଧନ ସିଂଦେଓଙ୍କ ସପକ୍ଷରେ ଥିବା କୁହାଯାଉଛି। ସଂଘ ଏବଂ ତୃଣମୂଳ ସଙ୍ଗଠନ ସଂପୂର୍ଣ୍ଣ ଭାବରେ ପ୍ରତାପ ଷଢ଼ଙ୍ଗୀଙ୍କ ସପକ୍ଷରେ ରହିଛି। ସଭାପତି ଭାବରେ ପ୍ରତାପ ଷଢ଼ଙ୍ଗୀ ଏବଂ ସଙ୍ଗଠନ ସଂପାଦକ ଭାବରେ ମାନସ ମହାନ୍ତିଙ୍କୁ ନେଇ ଓଡ଼ିଶା ବିଜେପିକୁ ସଂଗଠିତ କରିବାକୁ ଯୋଜନା କରିଛି ସଂଘ। କିନ୍ତୁ ଗୋଟିଏ ଗୋଷ୍ଠୀ ପ୍ରତାପ ଷଢ଼ଙ୍ଗୀ ସଭାପତି ନ ହୁଅନ୍ତୁ ବୋଲି ଉଦ୍ୟମ ଜାରି ରଖିଛି। ବୋଧହୁଏ ସେଥିପାଇଁ ସଭାପତି ଘୋଷଣା ବିଳମ୍ବ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story