ଆଜିଠୁ ଦେଶବ୍ୟାପୀ ‘ମୋଦି ଫେଷ୍ଟ୍’; ଓଡ଼ିଶାର ୭ଟି ସ୍ଥାନରେ ହେବ ପାଳନ

ଭୁବନେଶ୍ୱର: ଏନଡିଏ ସରକାରର ୩ବର୍ଷ ପୂର୍ତ୍ତି ଅବସରରେ ଆଜିଠୁ ଦେଶବ୍ୟାପୀ ଆରମ୍ଭ ହେବ ମୋଦି ଫେଷ୍ଟ୍। ଏହି ଅବସରରେ ଓଡ଼ିଶାର ୭ଟି ସ୍ଥାନରେ ଆଜି ମୋଦି ଫେଷ୍ଟର ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ସରକାରଙ୍କ ଜନ କଲ୍ୟାଣକାରୀ କର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଯିବ। ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ (ଏନ୍‌ଏଫଡିସି ) ଏହି ଉତ୍ସବର ଆୟୋଜନ କରୁଥିବା ବେଳେ ସଂସ୍ଥା ତରଫରୁ ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଲୋକଙ୍କୁ ପ୍ରଦର୍ଶନୀ, ସୂଚନା କିଓସ୍କ୍ ଓ କୁଇଜ୍ ମାଧ୍ୟମରେ ସଚେତନ କରିବା ସହ ସେମାନଙ୍କଠାରୁ ମତାମତ ସଂଗ୍ରହ କରାଯିବ।

ଓଡ଼ିଶାରେ ମୋଦି ଫେଷ୍ଟ ସହ ସବକା ସାଥ୍ ସବକା ବିକାଶ୍ ସମ୍ମିଳନୀକୁ ମିଶାଇ ମୋଟ ୭୫ଟି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଜି ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ଢେଙ୍କାନାଳ, ଭଦ୍ରକ, ସୁନ୍ଦରଗଡ଼ର ରାଜଗାଙ୍ଗପୁର, ଗଜପତିର ପାରଳାଖେମୁଣ୍ଡି ଓ ବୌଦ୍ଧରେ ମୋଦି ଫେଷ୍ଟର ଆୟୋଜନ କରାଯାଉଛି।