ଆଖୁ ଚାଷୀଙ୍କ ଆଖିରେ ଲୁହ: ବିଧାନସଭାରେ ଝଡ଼

ଭୁବନେଶ୍ୱର: ଆଜି ବିଧାନସଭାରେ ଆଖୁ ଚାଷୀଙ୍କ ସମସ୍ୟା ନେଇ ସୃଷ୍ଟି ହୋଇଥିଲା। ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ଆଖୁ ଚାଷୀଙ୍କ ସମସ୍ୟା ଉଠାଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଶୋଷଣ ଯୋଗୁ ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ବିଧାୟକମାନେ ମତ ରଖିଥିଲେ। ଆଖୁ କଟା ହେବାର ୧୦ରୁ ୧୫ ଦିନ ପରେ ମିଲ ଗୁଡ଼ିକ ଚାଷୀଙ୍କଠାରୁ କିଣୁଛନ୍ତି। ସେଥିପାଇଁ ଚାଷୀ କ୍ଷତି ସହୁଛନ୍ତି। ଚାଷୀଙ୍କ ପାଇଁ ବୀମା ବ୍ୟବସ୍ଥା କରାଯିବା ସହ ଚାଷୀଙ୍କୁ ସଠିକ୍‌ ସମୟରେ ସବ୍‌ସିଡ ମିଳୁନଥିବା […]

assembly

assembly

Rakesh Mallick
  • Published: Wednesday, 29 March 2017
  • Updated: 29 March 2017, 07:19 PM IST

Sports

Latest News

ଭୁବନେଶ୍ୱର: ଆଜି ବିଧାନସଭାରେ ଆଖୁ ଚାଷୀଙ୍କ ସମସ୍ୟା ନେଇ ସୃଷ୍ଟି ହୋଇଥିଲା। ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ଆଖୁ ଚାଷୀଙ୍କ ସମସ୍ୟା ଉଠାଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଶୋଷଣ ଯୋଗୁ ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ବିଧାୟକମାନେ ମତ ରଖିଥିଲେ। ଆଖୁ କଟା ହେବାର ୧୦ରୁ ୧୫ ଦିନ ପରେ ମିଲ ଗୁଡ଼ିକ ଚାଷୀଙ୍କଠାରୁ କିଣୁଛନ୍ତି। ସେଥିପାଇଁ ଚାଷୀ କ୍ଷତି ସହୁଛନ୍ତି। ଚାଷୀଙ୍କ ପାଇଁ ବୀମା ବ୍ୟବସ୍ଥା କରାଯିବା ସହ ଚାଷୀଙ୍କୁ ସଠିକ୍‌ ସମୟରେ ସବ୍‌ସିଡ ମିଳୁନଥିବା ନେଇ ବିଧାୟକମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଢେଙ୍କାନାଳରେ ଶକ୍ତି ସୁଗାର ଲାଭରେ ଚାଲିଥିବଲେ ମଧ୍ୟ ଚାଷୀଙ୍କୁ ଶୋଷଣା କରାଯାଉଛି। ଆଜି ବିଧାନସଭାରେ ଏପରି ଅଭିଯୋଗ ଆଣିଛନ୍ତି ବିଜେଡି ବିଧାୟକ ନୃସିଂହ ସାହୁ। ସେହିପରି ଅନ୍ୟ ବିଧାୟକମାନେ ସେମାନଙ୍କ ଅଞ୍ଚଳର ଆଖୁ ଚାଷୀଙ୍କ ସମସ୍ୟା ଉଠାଇଥିଲେ।

ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି,“ଜୟପୁରରେ ଚିନି କଳ କରିବା ପାଇଁ ଜମି ଅଧିଗ୍ରହଣ ହୋଇଥିଲା। ହେଲେ ଏବେ ସୁଦ୍ଧା ଚିନି କଳ ହୋଇନି। ଆନ୍ଧ୍ରପ୍ରଦେଶରୁ ମାଫିଆମାନେ ଆସି ସେହି ଜମିକୁ ନେଇ ଯିବାକୁ ବସିଲେଣି।”

ଅନ୍ୟପକ୍ଷରେ ଆଜି ବିଧାନସଭାର ଶୂନ୍ୟ କାଳରେ ମେଡ଼ିକାଲ କଲେଜ ପ୍ରସଙ୍ଗକୁ ନେଇ ପଶ୍ଚିମ ଓଡ଼ିଶା ଓ ବାଲେଶ୍ୱର ବିଧାୟକମାନେ ମୁହାଁମୁହିଁ ହୋଇଥିଲେ। ନିଜ ଅଞ୍ଚଳର ମେଡ଼ିକାଲ କଲେଜ କଥା ଉଠାଇ କଥା କଟାକଟି ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos