ସହିଦଙ୍କ ମରଶରୀରରେ ଦଳୀୟ ପତାକା ଢଙ୍କାଯିବାକୁ ନେଇ ବିଜେଡିକୁ ଘେରିଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସହିଦ ଅଜିତ୍ ସାହୁଙ୍କ କଫିନ୍ ଉପରେ ଦଳୀୟ ପତାକା ଢଙ୍କାଯିବାକୁ ନେଇ ବିଜେଡିକୁ ଘେରିଛି ବିଜେପି। ଏଥିପାଇଁ ଦଳ ସିଧାସଳଖ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିବା ସହିତ ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି। ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳୀରେ ବିଜେପିର ପୂର୍ବତନ ସୈନିକ ସେଲ୍ ରାଜ୍ୟ ଆବାହକ ବି.କେ ବସ୍ତିଆ କହିଛନ୍ତି,“ସହିଦଙ୍କ ମରଶରୀର ଉପରେ ଦଳୀୟ ପତାକା ଢାଙ୍କିବା […]

bjp

bjp

Tapaswini Nayak
  • Published: Friday, 21 June 2019
  • Updated: 21 June 2019, 02:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସହିଦ ଅଜିତ୍ ସାହୁଙ୍କ କଫିନ୍ ଉପରେ ଦଳୀୟ ପତାକା ଢଙ୍କାଯିବାକୁ ନେଇ ବିଜେଡିକୁ ଘେରିଛି ବିଜେପି। ଏଥିପାଇଁ ଦଳ ସିଧାସଳଖ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିବା ସହିତ ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି।

ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳୀରେ ବିଜେପିର ପୂର୍ବତନ ସୈନିକ ସେଲ୍ ରାଜ୍ୟ ଆବାହକ ବି.କେ ବସ୍ତିଆ କହିଛନ୍ତି,“ସହିଦଙ୍କ ମରଶରୀର ଉପରେ ଦଳୀୟ ପତାକା ଢାଙ୍କିବା ସାରାଦେଶ ପାଇଁ ଅପମାନର କଥା। ଏଥିପାଇଁ ବିଜୁ ଜନତା ଦଳର ସଭାପତି କ୍ଷମା ପ୍ରାର୍ଥନା କରନ୍ତୁ। ଭବିଷ୍ୟତରେ ଯେମିତି ଏପରି ଘଟଣା ନଘଟେ, ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।”

ସେ କହିଛନ୍ତି,“ଏହା ପ୍ରଥମ ଥର ନୁହେଁ। ପୂର୍ବରୁ ମଧ୍ୟ ବିଜେଡି ସହିଦଙ୍କୁ ଅପମାନ କରିଛି। ପୁଲୱାମାରେ ସହିଦ ହୋଇଥିବା ଓଡ଼ିଆ ଯବାନ ମନୋଜ ବେହେରାଙ୍କ ଦାଦାଙ୍କୁ ଜଣେ ବିଜେଡି ନେତା ଧକ୍କା ମାରିଥିଲେ।”

ଏହା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି ଏ ଘଟଣା ଦୁର୍ଭାଗ୍ୟଜନକ ବୋଲି କହିବା ସହିତ ସହିଦଙ୍କୁ ନେଇ ରାଜନୀତି କରିବା ଠିକ୍ ନୁହେଁ ବୋଲି କହିଥିଲେ।

ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି। ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି,“ଏହି ଘଟଣା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ସହିଦଙ୍କ ପ୍ରତି ବିଜେଡିର ସମ୍ମାନ ରହିଛି। ଯାହା ଘଟିଛି ତାକୁ ଆମେ ନିନ୍ଦା କରୁଛୁ। ଦଳ ପକ୍ଷରୁ ଘଟଣାର ତର୍ଜମା କରାଯିବ। ଏହା ପରେ ଯେଉଁମାନେ ଏଭଳି କାର୍ଯ୍ୟ କରିଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଅନ୍ୟପକ୍ଷରେ ସହିଦଙ୍କ ପିଉସୀ ପୁଅ ପରମେଶ୍ୱର ସାହୁ କହିଛନ୍ତି ଯେ, ଏ ଘଟଣାକୁ ନେଇ ରାଜନୀତି କରା ନଯାଉ। ତା’ସହିତ ଉକ୍ତ ଫଟୋକୁ ଭାଇରାଲ୍ ନ କରିବା ପାଇଁ ସେ ଅନୁରୋଧ କରିଛନ୍ତି।

ତାଙ୍କ ସୂଚନା ଅନୁଯାୟୀ, ଖୁଣ୍ଟୁଣୀରେ ସହିଦ ଅଜିତ୍ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବେଳେ କିଛି ଲୋକ ବିଜେଡି ପତାକା ଘୋଡ଼ାଇ ଦେଇଥିଲେ। ତେବେ ତାଙ୍କୁ ଏହା ଭଲ ନଲାଗିବାରୁ ସେ ପତାକାକୁ କାଢ଼ି ଦେଇଥିଲେ।

ସୂଚନାଯୋଗ୍ୟ, ସୋମବାର ଜାମ୍ମୁ ଓ କଶ୍ମୀରର ପୁଲୱାମା ଅରିହଲ୍ ଅଞ୍ଚଳରେ ଯବାନଙ୍କ ଗାଡ଼ି ଯିବା ବେଳେ ଯେଉଁ ଆଇଇଡି ବିସ୍ଫୋରଣ ହୋଇଥିଲା ସେଥିରେ ହାବିଲଦାର ଅମରଜିତ କୁମାର ଏବଂ ଅଜିତ ସାହୁ ସହିଦ୍ ହୋଇଥିଲେ। ବୁଧବାର ମଧ୍ୟରାତ୍ରିରେ ସହିଦ ଅଜିତ ସାହୁଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା। ଏହାପରେ ସହିଦଙ୍କ ମରଶରୀରକୁ ୧୨୦ ବାଟାଲିୟାନକୁ ନିଆଯାଇ ସେଠାରେ ସେନା ପକ୍ଷରୁ ସହିଦଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଏହାପରେ ସହିଦ ଅଜିତ ସାହୁଙ୍କ ମରଶରୀରକୁ ଢେଙ୍କାନାଳ ଜିଲ୍ଲା ବଡ଼ସୁଆଁଳ ଗାଁକୁ ନିଆଯାଇଥିଲା। ସହିଦଙ୍କ ମରଶରୀର ତାଙ୍କ ଜନ୍ମମାଟିକୁ ଯିବା ବେଳେ ଖୁଣ୍ଟୁଣୀରେ କଫିନ ଉପରେ ବିଜେଡି ପତାକା ଘୋଡ଼ାଇ ଦିଆଯାଇ ଥିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ୨୦୧୫ ମସିହାରେ ଅଜିତ ସାହୁ ସେନାରେ ଯୋଗ ହୋଇଥିଲେ। କିଛି ଦିନ ତଳେ ଜମ୍ମୁ ଓ କଶ୍ମୀରକୁ ତାଙ୍କ ବଦଳି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story