ଚାଷୀ ଆତ୍ମହତ୍ୟା ତଦନ୍ତ ପାଇଁ ବିଜେପିର ଗୃହ କମିଟି ଗଠନ ଦାବି, କଳା ଗାଉନ ପିନ୍ଧି ଗୃହରେ ପ୍ରତିବାଦ

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଶାନ୍ତ ପଡୁନି ବିଧାନସଭା। ଚାଷୀ ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ଗୃହ କମିଟି ଗଠନ ଦାବିରେ ଆଜି ପ୍ରଶ୍ନକାଳରେ କଳା ଗାଉନ୍ ପିନ୍ଧି ହୋହଲ୍ଲା କରିଥିଲେ ବିଜେପି ବିଧାୟକମାନେ। ଫଳରେ ଗୃହ ଚାଲି ପାରି ନଥିଲା। ଆଜି ପ୍ରଶ୍ନ କାଳ ଆରମ୍ଭ ହେବା ମାତ୍ରେ କଳା ଗାଉନ୍ ପିନ୍ଧି ଆସିଥିବା ବିଜେପି ବିଧାୟକମାନେ ନିଜ ନିଜ ଆସନ ପାଖରେ ଛିଡ଼ା ହୋଇ ସେମାନଙ୍କ ଦାବି ଜଣାଇଥିଲେ। ବିଧାୟକ ପ୍ରଦୀପ ପୁରୋହିତ ଓ […]

assembly

assembly

Rakesh Mallick
  • Published: Saturday, 18 March 2017
  • Updated: 18 March 2017, 04:03 PM IST

Sports

Latest News

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଶାନ୍ତ ପଡୁନି ବିଧାନସଭା। ଚାଷୀ ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ଗୃହ କମିଟି ଗଠନ ଦାବିରେ ଆଜି ପ୍ରଶ୍ନକାଳରେ କଳା ଗାଉନ୍ ପିନ୍ଧି ହୋହଲ୍ଲା କରିଥିଲେ ବିଜେପି ବିଧାୟକମାନେ। ଫଳରେ ଗୃହ ଚାଲି ପାରି ନଥିଲା।

ଆଜି ପ୍ରଶ୍ନ କାଳ ଆରମ୍ଭ ହେବା ମାତ୍ରେ କଳା ଗାଉନ୍ ପିନ୍ଧି ଆସିଥିବା ବିଜେପି ବିଧାୟକମାନେ ନିଜ ନିଜ ଆସନ ପାଖରେ ଛିଡ଼ା ହୋଇ ସେମାନଙ୍କ ଦାବି ଜଣାଇଥିଲେ। ବିଧାୟକ ପ୍ରଦୀପ ପୁରୋହିତ ଓ ରବି ନାଏକଙ୍କ ସମେତ ଦଳର ୫ ଜଣ ବିଧାୟକ ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ନାରାବାଜି କରିଥିଲେ। ଗୃହରେ କଳା ଗାଉନ ପିନ୍ଧିବା ନିୟମ ନ ଥିବା କହି ବିଜେଡି ସଦସ୍ୟମାନେ ପ୍ରତିବାଦ କରିଥିଲେ। ହୋହଲ୍ଲା ଜାରି ରହିବାରୁ ଗୃହ କାର୍ଯ୍ୟ ଆରମ୍ଭ ହେବାର ମାତ୍ର ୪ ମିନିଟ୍ ପରେ ବାଚସ୍ପତି ଗୃହକୁ ଘଣ୍ଟାଏ ପାଇଁ ମୁଲତବି ଘୋଷଣା କରିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos