‘ଆଇନ ମନ୍ତ୍ରୀଙ୍କୁ ବହିଷ୍କାର କର’- ବିଜେପି ଦାବିରେ ବିଧାନସଭା ଅଚଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇନ ମନ୍ତ୍ରୀଙ୍କ ବିରୋଧରେ କିପରି ତଦନ୍ତ କରିବେ ଜଣେ ଆଇଆଇସି । ତେଣୁ ତୁରନ୍ତ ତାଙ୍କୁ ବହିଷ୍କାର କରାଯାଉ । ଆଜି ଏପରି ହଙ୍ଗାମା ଯୋଗୁ ଚାଲିପାରି ନାହିଁ ବିଧାନସଭା। ଆଜି ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କରି ବିଜେପି ହଙ୍ଗାମା କରିଥିଲା ।  ଏପରିକି ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ପରେ ବି କୌଣସି ସମାଧାନ ବାହାରି […]

law minister minister & bjp mla

law minister minister & bjp mla

Niharika Rout
  • Published: Thursday, 02 September 2021
  • Updated: 02 September 2021, 02:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇନ ମନ୍ତ୍ରୀଙ୍କ ବିରୋଧରେ କିପରି ତଦନ୍ତ କରିବେ ଜଣେ ଆଇଆଇସି । ତେଣୁ ତୁରନ୍ତ ତାଙ୍କୁ ବହିଷ୍କାର କରାଯାଉ । ଆଜି ଏପରି ହଙ୍ଗାମା ଯୋଗୁ ଚାଲିପାରି ନାହିଁ ବିଧାନସଭା।

ଆଜି ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କରି ବିଜେପି ହଙ୍ଗାମା କରିଥିଲା ।  ଏପରିକି ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ପରେ ବି କୌଣସି ସମାଧାନ ବାହାରି ପାରିନାହିଁ  ।

ସାଢ଼େ ୧୧ଟା ପରେ ଗୃହ କାର୍ଯ୍ୟ ପୁଣି ଆରମ୍ଭ ହେବା ପରେ ବିରୋଧୀ ଆଉ ଥରେ ହଙ୍ଗାମା କରିଥିଲେ ।  ତେଣୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖିଛନ୍ତି । ସେପଟେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ସବୁ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି।

ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତନ ମୋହନ ମାଝି କହିଛନ୍ତି, ପ୍ରତାପ ଜେନା  ପଞ୍ଚାୟତରାଜ, ଆଇନ, ନଗର ଉନ୍ନୟନ ମନ୍ତ୍ରୀ ଆଦି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି।  ତେଣୁ ସେ ଏବେ ଜଣେ କ୍ଷମତାଶୀଳ ମନ୍ତ୍ରୀ।  ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଦିଆଯାଇଥିଲା। ୨୦୧୪ରେ   ଓ ୨୦୧୮ ମସିହାରେ ବି ତାଙ୍କ ନାଁରେ  ଅନ୍ୟ ୨ ହତ୍ୟାକାଣ୍ଡ  ଅଭିଯୋଗ ଆସିଥିଲା।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ୧୪ ଜଣଙ୍କ ନାଁରେ ଅଭିଯୋଗ ହୋଇଥିଲା। ୧ରୁ ୧୨ ନମ୍ବର ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ହେଲା। ୧୪ ନମ୍ବର ଅଭିଯୁକ୍ତଙ୍କ ବିରୋଧରେ ବି ମାମଲା ହେଲା। କିନ୍ତୁ  ଅଭିଯୁକ୍ତ ତାଲିକାରେ ୧୩ ନଂରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଥିବାରୁ ପୁଲିସ୍‌ ତାଙ୍କ ବିରୋଧରେ କୌଣସି ତଦନ୍ତ କରୁ ନାହିଁ `

ମୃତକଙ୍କ ପୁଅଙ୍କ ଅଭିଯୋଗ କ୍ରମେ  ପୁଣି ଫାଇଲ ଖୋଲିବାକୁ ଜେଏମଏଫସି କୋର୍ଟ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ କରିବାକୁ କୋର୍ଟ ପକ୍ଷରୁ ଆଇଆଇସିଙ୍କୁ କୁହାଯାଇଛି। ହେଲେ ଜଣେ ଆଇନ ମନ୍ତ୍ରୀଙ୍କ ନାଁରେ କିପରି ଆଇଆଇସି ତଦନ୍ତ କରିବେ। ତେଣୁ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରାଯାଉ ବୋଲି ଦାବି ହୋଇଛି।

ଅପରପକ୍ଷେ, କଂଗ୍ରେସ ମଧ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ କରିଛି। ପ୍ରତାପଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ। ଏକ ପ୍ରେସ୍‌ମିଟ୍‌ରେ କଂଗ୍ରେସ ନେତା  ପଟ୍ଟନାୟକ କହିଛନ୍ତି, ବିଭିନ୍ନ ମନ୍ତ୍ରୀଙ୍କ ନାଁରେ ମାଳମାଳ ଅଭିଯୋଗ ଅଛି, କାର୍ଯ୍ୟାନୁଷ୍ଠାନ ନାହିଁ । ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ବାଚନ ମଣ୍ଡଳୀରେ ୨୦୧୪ରୁ ୫ଟି ହତ୍ୟା ମାମଲା ଅଭିଯୋଗ ହୋଇଛି।  ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ଥିଲେ ବି  କାର୍ଯ୍ୟାନୁଷ୍ଠାନ ନାହିଁ । ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ତାଙ୍କ  ଉପରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି କହିଛନ୍ତି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ।

ଏହାବାଦ ଆଜି ଚାଷୀ ପ୍ରସଙ୍ଗରେ ବିଧାନସଭାରେ ହଟ୍ଟଗୋଳ କରିଥିଲେ କଂଗ୍ରେସ ବିଧାୟକ ।  ଗୃହ ମଧ୍ୟ ଭାଗରେ ଉଭୟ ଦଳର ସଦସ୍ୟ ପାଟିତୁଣ୍ଡ କରିଥିଲେ । ବାଚସ୍ପତି ଗୃହକୁ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ । କିନ୍ତୁ କିଛି ସୁଫଳ ମିଳିପାରିନାହିଁ ।  ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ  ବିଜେପି ଅଟଳ ରହିଥିବା ବେଳେ ମରୁଡ଼ି ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ବିବୃତି ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos