ବହୁ ଆଗରେ ଚାଲିଛି ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନ ପାଇଁ ଭୋଟ୍ ଗଣନା ଜାରି ରହିଛି। ଦିନ ୧୨ଟା ସୁଦ୍ଧା ଉଭୟ ଆସନରେ ବିଜେଡି ଆଗରେ ରହିଥିବା ବିଜେପି ତା’ ପଛରେ ରହିଛି। ଅନ୍ୟପକ୍ଷରେ କଂଗ୍ରେସ ଏମାନଙ୍କ ପଛରେ ରହିଛି। ସାଢ଼େ ୧୨ଟା ସୁଦ୍ଧା ୧୪ଟି ଲୋକସଭା ଆସନରେ ବିଜେଡି ଆଗୁଆ ଥିବାବେଳେ ବିଜେପି ୭ଟି ଆସନରେ ଆଗୁଆ ରହିଛି। ଅନ୍ୟପକ୍ଷରେ କଂଗ୍ରେସ କୌଣସି ଆସନରେ ଆଗରେ ନାହିଁ। ସେହିପରି ବିଧାନସଭା ନିର୍ବାଚନରେ ବିଜେଡି ୧୦୧ଟି ଆସରେ […]

BJDBJP

BJDBJP

Tapaswini Nayak
  • Published: Thursday, 23 May 2019
  • Updated: 23 May 2019, 12:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନ ପାଇଁ ଭୋଟ୍ ଗଣନା ଜାରି ରହିଛି। ଦିନ ୧୨ଟା ସୁଦ୍ଧା ଉଭୟ ଆସନରେ ବିଜେଡି ଆଗରେ ରହିଥିବା ବିଜେପି ତା’ ପଛରେ ରହିଛି। ଅନ୍ୟପକ୍ଷରେ କଂଗ୍ରେସ ଏମାନଙ୍କ ପଛରେ ରହିଛି।

ସାଢ଼େ ୧୨ଟା ସୁଦ୍ଧା ୧୪ଟି ଲୋକସଭା ଆସନରେ ବିଜେଡି ଆଗୁଆ ଥିବାବେଳେ ବିଜେପି ୭ଟି ଆସନରେ ଆଗୁଆ ରହିଛି। ଅନ୍ୟପକ୍ଷରେ କଂଗ୍ରେସ କୌଣସି ଆସନରେ ଆଗରେ ନାହିଁ।

ସେହିପରି ବିଧାନସଭା ନିର୍ବାଚନରେ ବିଜେଡି ୧୦୧ଟି ଆସରେ ଆଗୁଆ ଚାଲିଥିବା ବେଳେ ବିଜେପି ୨୯ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୧୩ଟି ଆସନରେ ଆଗୁଆ ରହିଛି। ଅନ୍ୟାନ୍ୟ ଦଳ ୩ଟି ଆସନ ଆଗରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos