ବଡ଼ ମେଡିକାଲରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଫେସ୍‌ବୁକ୍‌ ଲାଇଭ୍‌ କରି ହଟହଟା ବିଜେପି ନେତା

କଟକ: ସୋସିଆଲ୍ ମିଡିଆରେ ବିପର୍ଯ୍ୟସ୍ତ ମେଡିକାଲ ସେବା ଲାଇଭ କରି ହଟହଟା ହେଲେ ବିଜେପି ନେତା। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ବଡ଼ ମେଡିକାଲରେ । ଅଭିଯୋଗ ଅନୁସାରେ ତିର୍ତୋଲର ବିଜେପି ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ ନିଜ ୫ ମାସର ଝିଅକୁ ନେଇ କଟକ ବଡ ମେଡିକାଲର ଶିଶୁ ବିଭାଗର ଜରୁରୀକାଳିନ କେନ୍ଦ୍ରକୁ ଯାଇଥିଲେ।  ଦୀର୍ଘ ସମୟ ଧରି ଅପେକ୍ଷା ପରେ ମଧ୍ୟ କୌଣସି ଡାକ୍ତର କିମ୍ବା ନର୍ସ ନ ଆସିବାରୁ ସେ ସମସ୍ତ ଘଟଣାକୁ ସୋସିଆଲ ମିଡିଆରେ ଲାଇଭ କରିଥିଲେ।

ଯାହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।  ଘଟଣା ପରେ କଟକ ବଡ଼ ମେଡିକାଲ ଫାଣ୍ଡି ପୋଲିସ ଉମାକାନ୍ତଙ୍କୁ ଅଟକ ରଖିଛି।  ତେବେ ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।