ବିଦ୍ୟୁତ୍ ଶୁଳ୍କ ବଢ଼ାଅ ନାହିଁ:ବିଜେପି

ଭୁବନେଶ୍ୱର: ବିଦ୍ୟୁତ୍ ବିତରଣ କଂପାନୀଗୁଡ଼ିକର ପ୍ରସ୍ତାବ ଅନୁଯାୟୀ ବିଦ୍ୟୁତ୍ ଶୁଳ୍କ ନ ବଢ଼ାଇବା ଲାଗି ରାଜ୍ୟ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି। ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି କହିଥିଲେ,“ରାଜ୍ୟ ସରକାର ବିଦ୍ୟୁତ୍ ବିତରଣକାରୀ କଂପାନୀଗୁଡ଼ିକୁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି। ସେମାନେ ଯେତେବେଳେ ବିଦ୍ୟୁତ୍ ଶୁଳ୍କ ବଢ଼ାଇବା ପାଇଁ କହୁଛନ୍ତି ସରକାର ବଢ଼ାଇ ଦେଉଛନ୍ତି। ଅତୀତରେ ଏମିତି ଅନେକ ଥର ଘଟିଛି। ଆଉ ସରକାର ଏଥିପାଇଁ ବିଭିନ୍ନ କାରଣ […]

basanta-panda

basanta-panda

Rakesh Mallick
  • Published: Thursday, 17 March 2016
  • Updated: 17 March 2016, 04:53 PM IST

Sports

Latest News

basanta-pandaଭୁବନେଶ୍ୱର: ବିଦ୍ୟୁତ୍ ବିତରଣ କଂପାନୀଗୁଡ଼ିକର ପ୍ରସ୍ତାବ ଅନୁଯାୟୀ ବିଦ୍ୟୁତ୍ ଶୁଳ୍କ ନ ବଢ଼ାଇବା ଲାଗି ରାଜ୍ୟ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି।

ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି କହିଥିଲେ,“ରାଜ୍ୟ ସରକାର ବିଦ୍ୟୁତ୍ ବିତରଣକାରୀ କଂପାନୀଗୁଡ଼ିକୁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି। ସେମାନେ ଯେତେବେଳେ ବିଦ୍ୟୁତ୍ ଶୁଳ୍କ ବଢ଼ାଇବା ପାଇଁ କହୁଛନ୍ତି ସରକାର ବଢ଼ାଇ ଦେଉଛନ୍ତି। ଅତୀତରେ ଏମିତି ଅନେକ ଥର ଘଟିଛି। ଆଉ ସରକାର ଏଥିପାଇଁ ବିଭିନ୍ନ କାରଣ ଦର୍ଶାଇ ଥାଆନ୍ତି। ଏହା ଦ୍ୱାରା କେବଳ ବିଦ୍ୟୁତ୍ ଗ୍ରାହକମାନେ ହିଁ କ୍ଷତିରେ ପଡ଼ନ୍ତି। କିନ୍ତୁ ରାଜ୍ୟ ସରକାରଙ୍କର ସେମାନଙ୍କ ପ୍ରତି ନିଘା ନାହିଁ।”

ବିଦ୍ୟୁତ୍ ଶୁଳ୍କ ଧାର୍ଯ୍ୟ କରିବାରେ ସରକାର ଆବଶ୍ୟକୀୟ ଗାଇଡ୍‌ଲାଇନ୍‌କୁ ମାନୁ ନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି। ପାୱାର ଫାଇନାନ୍‌ସ କର୍ପୋରେସନ୍‌ର ଦ୍ୱାରା ଉପଲବ୍ଧ ତଥ୍ୟ ଅନୁଯାୟୀ ବିଦ୍ୟୁତ୍ ଶୁଳ୍କର କ୍ରୟ ଓ ବିକ୍ରୟ ମଧ୍ୟରେ ୟୁନିଟ୍ ପିଛା ସର୍ବାଧିକ ୫୩ ପଇସା ପାର୍ଥକ୍ୟ ରହିବା କଥା। କିନ୍ତୁ ଓଡ଼ିଶାରେ ତାହା ୧ଟଙ୍କା ୫ ପଇସାରେ ପହଞ୍ଚି ଯାଇଛି।

ବସନ୍ତ କହିଥିଲେ,“ଓଡ଼ିଶା ଏକ ବିଦ୍ୟୁତ୍ ବଳକା ରାଜ୍ୟ ହୋଇଥିଲେ ହେଁ ଏଠାରେ ଆଶ୍ଚର୍ଯ୍ୟଜନକ ଭାବେ ବିଦ୍ୟୁତ୍ ଶୁଳ୍କର କ୍ରୟ ଓ ବିକ୍ରୟ ମଧ୍ୟରେ ପାର୍ଥକ୍ୟ ୧ଟଙ୍କା ୫ ପଇସାରେ ପହଞ୍ଚି ଯାଇଛି। ତା’ହେଲେ ରାଜ୍ୟ ସରକାର କ’ଣ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଗାଇଡ୍‌ଲାଇନ୍‌କୁ ମାନୁ ନାହାନ୍ତି?”

ଏପ୍ରିଲ ୧ ତାରିଖରେ ଓଡ଼ିଶାର ବିଦ୍ୟୁତ୍ ଗ୍ରାହକମାନଙ୍କ ପାଇଁ ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ଲାଗୁ କରାଯିବ। ତେବେ ମାର୍ଚ୍ଚ ମାସ ତୃତୀୟ ସପ୍ତାହରେ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନ୍ (ଓଇଆର୍‌ସି) ସ୍ପଷ୍ଟ କରି ସାରିଛନ୍ତି।

ଗତ ମାସରେ ଓଇଆର୍‌ସି ବିଦ୍ୟୁତ୍ ଶୁଳ୍କ ସ୍ଥିର କରିବା ପାଇଁ ଏକ ଜନଶୁଣାଣି କରିଥିଲେ। ଏଥିରେ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ (ଓଏଚ୍‌ପିସି), ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ (ଓପିଜିସି), ଚାରୋଟି ଯାକ ବିଦ୍ୟୁତ୍ ବିତରଣ  ବିଦ୍ୟୁତ୍ କଂପାନୀ, ବିଦ୍ୟୁତ୍ ବ୍ୟବସାୟ କମ୍ପାନୀ ଗ୍ରୀଡ୍‌କୋ, ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ୍ ଲିମିଟେଡ୍ (ଓପିଟିସିଏଲ୍) ଓ ଷ୍ଟେଟ୍ ଲୋଡ୍ ଡେସ୍‌ପାଚ୍ ସେଣ୍ଟର (ଏସ୍‌ଏଲ୍‌ଡିସି)ର ପ୍ରତିନିଧି ଉପସ୍ଥିତ ରହି ବିଦ୍ୟୁତ୍ ଶୁଳ୍କ ବଢ଼ାଇବା ନେଇ ପ୍ରସ୍ତାବ ଦେଇଥିଲେ। ଅନ୍ୟପକ୍ଷରେ ଏହାକୁ ବିଦ୍ୟୁତ୍ ଗ୍ରାହକ ପରିଷଦ ବିରୋଧ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos