ସରକାରୀ କାର୍ଯ୍ୟକ୍ରମକୁ ଭୁବନେଶ୍ୱର ସାଂସଦଙ୍କୁ ଡକା ନ ଯିବାରୁ ବିଜେପିର ବିରୋଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆଜି ବରମୁଣ୍ଡା ହାଇସ୍କୁଲରେ ୭୩ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ଏହ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପିର ସ୍ଥାନୀୟ କର୍ପୋରେଟର ରାମଚନ୍ଦ୍ର ରଣସିଂଙ୍କୁ  ନିମନ୍ତ୍ରଣ ମିଳି  ନଥିଲା। ଏହାର ପ୍ରତିବାଦରେ ବରମୁଣ୍ଡା ପଡ଼ିଆ ବାହାରେ ମୁଣ୍ଡରେ କଳା ପଟି ବାନ୍ଧି ବିଜେପି କର୍ମୀମାନେ ବିରୋଧ କରିଛନ୍ତି। ଏହି ପ୍ରତିବାଦରେ କର୍ପୋରେଟର ରାମଚନ୍ଦ୍ର ରଣସିଂ ସାମିଲ ହୋଇଛନ୍ତି। ୫୦ ନମ୍ବର ଓ୍ୱାର୍ଡର କର୍ପୋରେଟର ରାମଚନ୍ଦ୍ର […]

BJP

BJP

Tapaswini Nayak
  • Published: Thursday, 07 July 2022
  • Updated: 07 July 2022, 12:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆଜି ବରମୁଣ୍ଡା ହାଇସ୍କୁଲରେ ୭୩ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ଏହ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପିର ସ୍ଥାନୀୟ କର୍ପୋରେଟର ରାମଚନ୍ଦ୍ର ରଣସିଂଙ୍କୁ  ନିମନ୍ତ୍ରଣ ମିଳି  ନଥିଲା। ଏହାର ପ୍ରତିବାଦରେ ବରମୁଣ୍ଡା ପଡ଼ିଆ ବାହାରେ ମୁଣ୍ଡରେ କଳା ପଟି ବାନ୍ଧି ବିଜେପି କର୍ମୀମାନେ ବିରୋଧ କରିଛନ୍ତି। ଏହି ପ୍ରତିବାଦରେ କର୍ପୋରେଟର ରାମଚନ୍ଦ୍ର ରଣସିଂ ସାମିଲ ହୋଇଛନ୍ତି।

୫୦ ନମ୍ବର ଓ୍ୱାର୍ଡର କର୍ପୋରେଟର ରାମଚନ୍ଦ୍ର ରଣସିଂ କହିଛନ୍ତି, ବରମୁଣ୍ଡା ପଡ଼ିଆରେ ରାଜ୍ୟ ସ୍ତରୀୟ ବନୋତ୍ସବ ପାଳନ କରାଯାଇଛି। ହେଲେ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର ସାଂସଦଙ୍କୁ ଓ ମୋତେ ନିମନ୍ତ୍ରଣ କରାଯାଇ ନାହିଁ। ସରକାରଙ୍କ ଏପରି କାର୍ଯ୍ୟକୁ ଆମେ ନିନ୍ଦା କରୁଛୁ। ସେମାନେ ରକ୍ଷକ ହୋଇ ଭକ୍ଷକ ସାଜୁଛନ୍ତି। ଯଦି ଆଉ କେଉଁ ସରକାରୀ କାର୍ଯ୍ୟକ୍ରମରେ ଆମକୁ ଅଣଦେଖା କରାଯାଏ, ଆମେ ତାକୁ ଜୋରଦାର ବିରୋଧ କରିବୁ।

ରାଜ୍ୟସ୍ତରୀୟ ବନ ମହୋତ୍ସବକୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଡକା ନ ଯିବା ପ୍ରସଙ୍ଗରେ ପୂର୍ବର କେତେକ ଉଦାହରଣ ଦେଇ ରୋଷ ବଖାଣିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। ମାତ୍ର କାହିଁକି ଭୁବନେଶ୍ୱର ସାଂସଦଙ୍କୁ ସରକାରୀ କାର୍ଯ୍ୟକ୍ରମକୁ ଡକା ଯାଇନି ସ୍ପଷ୍ଟ ଭାବେ କହି ନଥିଲେ ମଧ୍ୟ ପୋଖରୀପୁଟ ଓ କଳିଙ୍ଗ ବିହାରରେ KV ଉଦ୍‌ଘାଟନରେ ମୋତେ ଡକାଯାଇ ନ ଥିଲା ବୋଲି କହିଛନ୍ତି।

ସେ ଆହୁରି କହିଛନ୍ତି, ଲିଙ୍ଗରାଜ ସ୍ୱତନ୍ତ୍ର ପରିଚାଳନା ନେଇ ସାଂସଦ ସହଯୋଗ କରି ନାହାନ୍ତି। NMA ଆକ୍ଟକୁ ଲିଙ୍ଗରାଜ ଆକ୍ଟ ସହ ଯୋଡ଼ି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି।

ବରମୁଣ୍ଡା ହାଇସ୍କୁଲରେ ଆୟୋଜିତ ରାଜସ୍ତରୀୟ ବନ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପ୍ରଦୀପ ଅମାତ, ଅଶୋକ ପଣ୍ଡା, ଦୁଇ ବିଧାୟକ ଓ ଭୁବନେଶ୍ୱର ମେୟରଙ୍କୁ ନିମନ୍ତ୍ରଣ କରାଯାଇଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos