ନବୀନଙ୍କ ନୂଆ ମନ୍ତ୍ରୀଙ୍କୁ ବିରୋଧ: ବିଭିନ୍ନ ସ୍ଥାନରେ ବିଜେପିର ବିକ୍ଷୋଭ

ନିଶ୍ଚିନ୍ତକୋଇଲି: ନବୀନଙ୍କ କ୍ୟାବିନେଟ୍‌ରେ ସାମିଲ ହୋଇଥିବା ବିଭିନ୍ନ ମନ୍ତ୍ରୀଙ୍କ ବିରୋଧରେ ବିଜେପିର ବିକ୍ଷୋଭ। ନିଶ୍ଚିନ୍ତ କୋଇଲିରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଦିଗପହଣ୍ଡିରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂଯର୍ୟ ନାରାୟଣ ପାତ୍ର ଓ ପୁରୀରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ମନ୍ତ୍ରୀମାନଙ୍କ ନାଁରେ ବିଭିନ୍ନ ଅଭିଯୋଗ ଥିବା ସତ୍ୱେ ସେମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବାକୁ ଦଳ ପକ୍ଷରୁ ବିରୋଧ କରାଯାଇଛି। ନିଶ୍ଚିନ୍ତକୋଇଲିରେ ବିଜେପି କର୍ମୀମାନେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ […]

protest

protest

Rakesh Mallick
  • Published: Sunday, 14 May 2017
  • Updated: 14 May 2017, 10:26 PM IST

Sports

Latest News

ନିଶ୍ଚିନ୍ତକୋଇଲି: ନବୀନଙ୍କ କ୍ୟାବିନେଟ୍‌ରେ ସାମିଲ ହୋଇଥିବା ବିଭିନ୍ନ ମନ୍ତ୍ରୀଙ୍କ ବିରୋଧରେ ବିଜେପିର ବିକ୍ଷୋଭ। ନିଶ୍ଚିନ୍ତ କୋଇଲିରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଦିଗପହଣ୍ଡିରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂଯର୍ୟ ନାରାୟଣ ପାତ୍ର ଓ ପୁରୀରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ମନ୍ତ୍ରୀମାନଙ୍କ ନାଁରେ ବିଭିନ୍ନ ଅଭିଯୋଗ ଥିବା ସତ୍ୱେ ସେମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବାକୁ ଦଳ ପକ୍ଷରୁ ବିରୋଧ କରାଯାଇଛି। ନିଶ୍ଚିନ୍ତକୋଇଲିରେ ବିଜେପି କର୍ମୀମାନେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରିବାକୁ ଯାଉଥିବାଳେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। କିଛି ବିଜେଡି କର୍ମୀ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଛଡ଼ାଇ ନେଇ ଫୋପାଡ଼ି ଦେଇଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଘଟଣାରେ ସଂପୃକ୍ତ ବିଜେଡି କର୍ମୀଙ୍କୁ ଗିରଫ କରିବା ଦାବିରେ ବିଜେପି କର୍ମୀମାନେ କିଛି ସମୟ ପାଇଁ କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos