ଭୁବନେଶ୍ୱର: ବିବାଦୀୟ ଭିଡ଼ିଓକୁ ନେଇ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ବିରୋଧୀଙ୍କ ସ୍ୱର ତୀବ୍ର ହେବାରେ ଲାଗିଛି। ଭିଡ଼ିଓରେ ଥିବା ବ୍ୟକ୍ତି ମେୟର ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ ଉପସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି।
ସେ କହିଛନ୍ତି,“ଏହି ଭିଡ଼ିଓରେ ଖୋଦ୍ ମେୟର ଥିବା ଅନୁମାନ କରାଯାଉଛି। ତା’ସହ ଭିଡ଼ିଓରେ ଥିବା ପରିଚିତ କଣ୍ଠସ୍ୱରକୁ ମଧ୍ୟ ଯାଞ୍ଚ କରାଯାଉ।”
ସେ କହିଛନ୍ତି,“ଏହି ଯୌନ କେଳାଙ୍କାରୀ ଭିଡ଼ିଓ ନିହତ ଇଞ୍ଜିନିୟରିଂ ଛାତ୍ର ଆଶୁତୋଷ ଓରଫ୍ ଋଷିଙ୍କ ପାଖରେ ଥିବାରୁ ମେୟର ତାଙ୍କ ସୁଚିନ୍ତିତ ଭାବେ ଷଡଯନ୍ତ୍ର କରି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ୍ ଦିନକ ମଧ୍ୟରେ ଏସବୁର ତଦନ୍ତ କରୁ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।