ବିଜେପିର ଜନତା ଦରବାର ବେଳେ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ

ଭୁବନେଶ୍ୱର: ଜାଗମରା ଅଞ୍ଚଳରେ ବିଜେପିର ଜନତା ଦରବାର ରଥ ଉପରେ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୩ ଜଣ କର୍ମୀ ଆହତ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି। ବିବାଦୀୟ ଭିଡିଓ ଓ ରିଷି ମୃତ୍ୟୁ ମାମଲାରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ଇସ୍ତଫା ଦାବିରେ ବିଜେପି ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରାଯିବା ସହ ଗୀତ ମାଧ୍ୟମରେ ଜନତା ଦରବାର କରାଯାଉଛି। ଆଜି ଜାଗମରାରେ ବିଜେପିର ଜନତା […]

bjp

bjp

Rakesh Mallick
  • Published: Sunday, 01 January 2017
  • Updated: 01 January 2017, 10:12 PM IST

Sports

Latest News

ଭୁବନେଶ୍ୱର: ଜାଗମରା ଅଞ୍ଚଳରେ ବିଜେପିର ଜନତା ଦରବାର ରଥ ଉପରେ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୩ ଜଣ କର୍ମୀ ଆହତ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି। ବିବାଦୀୟ ଭିଡିଓ ଓ ରିଷି ମୃତ୍ୟୁ ମାମଲାରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ଇସ୍ତଫା ଦାବିରେ ବିଜେପି ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରାଯିବା ସହ ଗୀତ ମାଧ୍ୟମରେ ଜନତା ଦରବାର କରାଯାଉଛି।

ଆଜି ଜାଗମରାରେ ବିଜେପିର ଜନତା ଦରବାର ଚାଲିଥିବା ବେଳେ ବିଜେଡିର ଜନୈକ ପୂର୍ବତନ କର୍ପୋରେଟର ଓ ତାଙ୍କ ସ୍ୱାମୀଙ୍କ ସମେତ କିଛି ବିଜେଡି କର୍ମୀ ଏହାକୁ ବିରୋଧ କରିଥିଲେ। ଫଳରେ ଉଭୟ ପକ୍ଷ ହାତାହାତି ହୋଇଥିଲେ। ଏପରିକି ସ୍ଥାନୀୟ ବିଜେପି କର୍ପୋରେଟରଙ୍କ ଘରେ ପଶି ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ କ୍ୟାପିଟାଲ ଥାନାରେ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos