କଂଗ୍ରେସକୁ ଛିଗୁଲେଇଲା ବିଜେପି: କହିଲା ଭୂପିନ୍ଦରଙ୍କ ରାସ୍ତା ଆପଣାଇଛନ୍ତି ବିରୋଧୀ ବିଧାୟକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିନ (ଗତକାଲି)ରେ ତୈଳଦର ବୃଦ୍ଧିକୁ ନେଇ କଂଗ୍ରେସ ବିଧାୟକଙ୍କ ହଙ୍ଗାମା ଯୋଗୁ ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାର ଆଲୋଚନା ହୋଇପାରିଲାନାହିଁ। ଯାହାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ଉଭୟ ବିଜେଡି ଓ କଂଗ୍ରେସକୁ ସମାଲୋଚନା କରିଛି ବିଜେପି। ବିଜେପି ପକ୍ଷରୁ କୁହାଯାଇଛି, ୨୦୦୯ ପରଠାରୁ କଂଗ୍ରେସ ଓ ବିଜେଡିର ଅଣ୍ଡରଗ୍ରାଉଣ୍ଡ ମେଣ୍ଟ ଚାଲିଛି। କଂଗ୍ରେସ ସଦସ୍ୟ ଗତକାଲି ଗୃହରେ ତେଲ ପ୍ରସଙ୍ଗ ଉଠାଇ ବ୍ରିଜ୍ କଥାକୁ […]

Rakesh Mallick
  • Published: Sunday, 17 September 2017
  • Updated: 17 September 2017, 09:14 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିନ (ଗତକାଲି)ରେ ତୈଳଦର ବୃଦ୍ଧିକୁ ନେଇ କଂଗ୍ରେସ ବିଧାୟକଙ୍କ ହଙ୍ଗାମା ଯୋଗୁ ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାର ଆଲୋଚନା ହୋଇପାରିଲାନାହିଁ। ଯାହାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ଉଭୟ ବିଜେଡି ଓ କଂଗ୍ରେସକୁ ସମାଲୋଚନା କରିଛି ବିଜେପି। ବିଜେପି ପକ୍ଷରୁ କୁହାଯାଇଛି, ୨୦୦୯ ପରଠାରୁ କଂଗ୍ରେସ ଓ ବିଜେଡିର ଅଣ୍ଡରଗ୍ରାଉଣ୍ଡ ମେଣ୍ଟ ଚାଲିଛି। କଂଗ୍ରେସ ସଦସ୍ୟ ଗତକାଲି ଗୃହରେ ତେଲ ପ୍ରସଙ୍ଗ ଉଠାଇ ବ୍ରିଜ୍ କଥାକୁ ଦବାଇ ଦେଲେ। ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସ ସୁରକ୍ଷା ଦେଉଥିବାବେଳେ ଭୂପିନ୍ଦର ସିଂଙ୍କ ରାସ୍ତାରେ କଂଗ୍ରେସର ଅନେକ ନେତା ଯାଉଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି। ଏହାସହ ସିଧାସଳଖ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଛି।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି- “ବିଜେଡି ଓ କଂଗ୍ରେସର ୨୦୦୯ ପରଠାରୁ ଯେଉଁ ଅଣ୍ଡରଗ୍ରାଉଣ୍ଡ ମେଣ୍ଟ ଥିଲେ ଗତକାଲି ବିଧାନସଭାରେ ତା’ର ଖୁଲାସା ହୋଇଯାଇଛି। କେବଳ ବିରୋଧୀ ଦଳ ନେତା ନୁହଁନ୍ତି, କଂଗ୍ରେସ ଦଳର ସମସ୍ତ ସଦସ୍ୟ ଭୂପିନ୍ଦର ସିଂହଙ୍କ ପଦାଙ୍କ ଅନୁସରଣ କରୁଛନ୍ତି।”

ବିଜେପି ପକ୍ଷରୁ ଅଭିଯୋଗ କରାଯିବା ପରେ କଂଗ୍ରେସ ପଲଟା ସମାଲୋଚନା କରିଛି। ବିରୋଧୀ ଦଳ ନେତା ତାରାପ୍ରସାଦ ବାହିନୀପତି କହିଛନ୍ତି- “ବିଜେଡି ସହ ବିଜେପିର ଭିତିରିଆ ଭଲ ସମ୍ପର୍କ ଅଛି। ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ବିଜେପି ସାମ୍ବାଦିକ ସମ୍ମିଳନୀ କରିଥିଲା। ପ୍ରଦୀପ ପୁରୋହିତଙ୍କୁ ମୋର ଗୋଟିଏ ପ୍ରଶ୍ନ, ମାସରେ ସେ କେତେ ଥର ତୃତୀୟ ମହଲାକୁ ଯାଉଛନ୍ତି, ସ୍ପଷ୍ଟ କରନ୍ତୁ।”

ଏହି ଇସ୍ୟୁରେ ବିଜେଡି ମଧ୍ୟ ପ୍ରତିକ୍ରିୟା ରଖିଛି। ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଛନ୍ତି- “ଯିଏ ଅଭିଯୋଗ କରୁଛନ୍ତି, ସେ ହିଁ କହିପାରିବେ। କଂଗ୍ରେସ୍‌ ସହ ଆମର କୌଣସି ମେଣ୍ଟ ନାହିଁ। କଂଗ୍ରେସ ତା’ କାମ କରୁଛି। ୟୁପିଏ ସରକାରକୁ ଆମେ ବିରୋଧ କରୁଥିଲୁ। ଏନ୍‌ଡିଏ କାର୍ଯ୍ୟକ୍ରମକୁ ମଧ୍ୟ ବିରୋଧ କରୁଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos