ଓଡ଼ିଶା କବ୍‌ଜା ପାଇଁ ବିଜେପିର ଯୁଦ୍ଧ ପ୍ରସ୍ତୁତି: ସୂତ୍ର ବତେଇଲେ ଶାହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା କବ୍‌ଜା ପାଇଁ ବିଜେପି ଯୁଦ୍ଧ ପ୍ରସ୍ତୁତି ଆରମ୍ଭ କରିଛି। ଆଗାମୀ ନିର୍ବାଚନରେ ଦଳ କେମିତି ୧୨୦ଟି ବିଧାନସଭା ଆସନ ଜିତିବ ସେନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରାଜ୍ୟର ଆଗଧାଡ଼ିର ନେତାଙ୍କ ସହିତ କରୁଛନ୍ତି ମାନସ ମନ୍ଥନ। ଦଳୀୟ କାର୍ଯ୍ୟାଳୟରେ ଚାଲିଥିବା ବୈଠକରେ କୋର୍‌ କମିଟି ସଦସ୍ୟ, ବିଧାୟକ, ପୂର୍ବତନ ବିଧାୟକ ଓ ରାଜ୍ୟ ପଦାଧିକାରୀଙ୍କଠାରୁ ମତାମତ ନେଇଛନ୍ତି ଶାହ। ଗତ ଜୁଲାଇରେ ବୁଥ୍ ମଜବୁତ କାମ ଆରମ୍ଭ କରିଥିଲେ ଶାହ। […]

Rakesh Mallick
  • Published: Wednesday, 06 September 2017
  • Updated: 06 September 2017, 09:54 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା କବ୍‌ଜା ପାଇଁ ବିଜେପି ଯୁଦ୍ଧ ପ୍ରସ୍ତୁତି ଆରମ୍ଭ କରିଛି। ଆଗାମୀ ନିର୍ବାଚନରେ ଦଳ କେମିତି ୧୨୦ଟି ବିଧାନସଭା ଆସନ ଜିତିବ ସେନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରାଜ୍ୟର ଆଗଧାଡ଼ିର ନେତାଙ୍କ ସହିତ କରୁଛନ୍ତି ମାନସ ମନ୍ଥନ। ଦଳୀୟ କାର୍ଯ୍ୟାଳୟରେ ଚାଲିଥିବା ବୈଠକରେ କୋର୍‌ କମିଟି ସଦସ୍ୟ, ବିଧାୟକ, ପୂର୍ବତନ ବିଧାୟକ ଓ ରାଜ୍ୟ ପଦାଧିକାରୀଙ୍କଠାରୁ ମତାମତ ନେଇଛନ୍ତି ଶାହ।

ଗତ ଜୁଲାଇରେ ବୁଥ୍ ମଜବୁତ କାମ ଆରମ୍ଭ କରିଥିଲେ ଶାହ। ଏହା କେତେ ଆଗେଇଛି, ମିଶନ ୧୨୦ ପାଇଁ ରାଜ୍ୟ ନେତାମାନେ କ’ଣ କାମ କରିଛନ୍ତି ସେ ନେଇ ଆଲୋଚନା କରିଛନ୍ତି ଶାହ। ମିଶନ ୧୨୦ ପାଇଁ ପ୍ରତି ବୁଥ୍‌ରେ ବିଜେପିର ୨୫ ଜଣ ସକ୍ରିୟ ସଦସ୍ୟ ରହିବେ। ଆଉ ଏମାନେ ଅତିକମରେ ୧୦୦ ଜଣଙ୍କୁ ଦଳରେ ସାମିଲ କରିବେ। କେନ୍ଦ୍ରର ଲୋକାଭିମୁଖୀ କାମ ଏବଂ ରାଜ୍ୟ ସରକାରଙ୍କ ଅପାରଗତା ନେଇ ଲୋକଙ୍କୁ ଜଣାଇବେ। ଦଳର ଆଗ ଧାଡିର ନେତାମାନେ ଏହାକୁ ତଦାରଖ କରିବେ।

ଆଜି ଶାହ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ତରଫରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।  ଦଳୀୟ କର୍ମୀମାନେ ମୋଟର ସାଇକେଲ୍ ଶୋଭାଯାତ୍ରାରେ ଶାହଙ୍କୁ ପାଛୋଟି ଆଣିଥିଲେ। ୩ ଦିନର ରହଣି କାଳରେ ଶାହ ୨୬ଟି କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରତି ବୈଠକରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅନୀଲ ଜୈନ, ବିଜେପି ପ୍ରଭାରୀ ଅରୁଣ ସିଂହ, ରାଜ୍ୟର ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ। ବିଧାନସଭାର ୧୨୦ଟି ଆସନ ସହ ୨୧ଟି ଲୋକସଭା ଆସନରେ ଦଳର ସ୍ଥିତି କେମିତି ସୁଦୃଢ ହେବ ସେ ନେଇ କାମ କରିବେ ପ୍ରକାଶ ଜାଭଡେକର, ଅନୀଲ ଜୈନ, ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ।

କିଏ କ’ଣ କହୁଛନ୍ତି

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି-“ମୁଁ ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର ଓ ନବରଙ୍ଗପୁର ଲୋକସଭା କ୍ଷେତ୍ର ଦାୟିତ୍ୱରେ ରହିଛି। ୧୫ ଦିନରେ ଓଡ଼ିଶା ଆସିବି। କର୍ମକର୍ତ୍ତାଙ୍କ ସହ ମିଶି ଲୋକଙ୍କ ପାଇଁ କାମ କରିବି।”

ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି କହିଛନ୍ତି-“ଆଜି ହୋଇଥିବା ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆମର ମନ କଥା ପଚାରିଥିଲେ। ଏଥିରେ ଯୋଗଦେଇଥିବା ସମସ୍ତ କର୍ମକର୍ତ୍ତା ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ ଶୈଳୀକୁ ବିରୋଧ କରିଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story