କରୋନା ବିପତ୍ତିବେଳେ ୨ହଜାର କେନ୍ଦୁପତ୍ର ଶ୍ରମିକଙ୍କୁ ଛଟେଇ ଅତ୍ୟନ୍ତ ଦୁର୍ଭାଗ୍ୟଜନକ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ବିପତ୍ତି ପାଇଁ କଟକଣା ଓ ଲକଡାଉନ୍ ଲାଗୁ ହୋଇଥିବାବେଳେ କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ଉଲ୍ଲଘଂନ କରି ରାଜ୍ୟ ସରକାର କେନ୍ଦୁପତ୍ର ସଂସ୍ଥା ସହ ଜଡ଼ିତ ୨ହଜାର ଶ୍ରମିକଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ଅଭିଯୋଗ କରିଛି। କେନ୍ଦୁପତ୍ର ସଂସ୍ଥା ସହ ଜଡ଼ିତ ରାଜ୍ୟର ୧୪ଲକ୍ଷ ଶ୍ରମିକଙ୍କ ଭବିଷ୍ୟତ ଏବେ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଛି ବୋଲି ବିଜେପି କହିଛି। ଦଳ ପକ୍ଷରୁ ଜାରି ଏକ ପ୍ରେସ […]

Pradip-Purohit-1

Pradip-Purohit-1

Tapas Behera
  • Published: Monday, 27 April 2020
  • Updated: 27 April 2020, 08:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ବିପତ୍ତି ପାଇଁ କଟକଣା ଓ ଲକଡାଉନ୍ ଲାଗୁ ହୋଇଥିବାବେଳେ କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ଉଲ୍ଲଘଂନ କରି ରାଜ୍ୟ ସରକାର କେନ୍ଦୁପତ୍ର ସଂସ୍ଥା ସହ ଜଡ଼ିତ ୨ହଜାର ଶ୍ରମିକଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ଅଭିଯୋଗ କରିଛି। କେନ୍ଦୁପତ୍ର ସଂସ୍ଥା ସହ ଜଡ଼ିତ ରାଜ୍ୟର ୧୪ଲକ୍ଷ ଶ୍ରମିକଙ୍କ ଭବିଷ୍ୟତ ଏବେ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଛି ବୋଲି ବିଜେପି କହିଛି।

ଦଳ ପକ୍ଷରୁ ଜାରି ଏକ ପ୍ରେସ ରିଲିଜରେ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ, କେନ୍ଦୁପତ୍ର ଶ୍ରମିକମାନେ ପ୍ରତିବର୍ଷ ରାଜ୍ୟ ସରକାରଙ୍କୁ ପାଖାପାଖି ୫୦୦ କୋଟି ଟଙ୍କାର ରାଜସ୍ୱ ଦେଉଛନ୍ତି। ରାଜ୍ୟର ଗରିବ ଓ ଆଦିବାସୀଙ୍କ ଅର୍ଥନୀତିରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥିବା କେନ୍ଦୁପତ୍ର ତୋଳାଳି ଏବଂ ଏଥିସହ ଜଡିତ କେନ୍ଦୁପତ୍ର ସଂସ୍ଥାର ଅନ୍ୟ କର୍ମଚାରୀମାନଙ୍କ ଭବିଷ୍ୟତ ଏବେ ଅନ୍ଧକାର ଆଡ଼କୁ ଗତି କରୁଛି। ୧୯୭୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଅମଳରେ କେନ୍ଦୁପତ୍ର ସଂସ୍ଥାକୁ ଜାତୀୟକରଣ କରାଯାଇଥିଲା। କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ତୋଳାଳି, ଶ୍ରମିକ, ସିଜିନାଲ୍ କର୍ମଚାରୀଙ୍କୁ ଅଧିକ ଲାଭ ପହଂଚାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏବେ ଓଡ଼ିଶାରେ ୧୪ ଲକ୍ଷ ଶ୍ରମିକ କେନ୍ଦୁପତ୍ର ସଂସ୍ଥା ସହ ଜଡ଼ିତ ଅଛନ୍ତିା କରୋନା ଭୁତାଣୁ କଟକଣା ଓ ଲକ୍‌ଡାଉନ୍ କାରଣରୁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ଶ୍ରମିକମାନଙ୍କୁ ଛଟେଇ ନକରିବା ପାଇଁ ନିର୍ଦ୍ଦେଶ କରିଛନ୍ତିା

ଏହା ସତ୍ୱେ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌କୁ ଅମାନ୍ୟ ଓ ଅଣଦେଖା କରି ରାଜ୍ୟ ସରକାର କେନ୍ଦୁପତ୍ର ସଂସ୍ଥାରେ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ ସମୟ ଧରି କାର୍ଯ୍ୟରତ ପାଖାପାଖି ୨ ହଜାର ସିଜିନାଲ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେହିପରି କେନ୍ଦୁପତ୍ର ତୋଳାଳିଙ୍କ ସାମାଜିକ ସୁରକ୍ଷା ପାଇଁ ଗଠିତ କେନ୍ଦୁପତ୍ର କଲ୍ୟାଣ ଟ୍ରଷ୍ଟରୁ ସହାୟତା ପାଇବାକୁ ଆବଶ୍ୟକ ନିୟମରେ ପରିବର୍ତ୍ତନ କରାଯାଇଥିବାରୁ ୫୦ଭାଗରୁ ଅଧିକ କେନ୍ଦୁପତ୍ର ତୋଳାଳି ପ୍ରଭାବିତ ହେବେ। ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ ସମୟ ଧରି ସଂସ୍ଥାରେ କାର୍ଯ୍ୟରତ ପାଖାପାଖି ୨୦୦୦ ଜଣ ଚପରାସି, ମୁନସୀ ଏବଂ ଡାକ ଅନରଙ୍କୁ କେନ୍ଦୁପତ୍ର ପିସିସିଏଫଙ୍କ ନିର୍ଦ୍ଦେଶରେ ଡିଏଫଓମାନେ ଏବେ ଚାକିରୀରୁ ବାହାର କରିଦେଇଛନ୍ତି। କରୋନା ଭଳି ବିପତ୍ତି ସମୟରେ ସେମାନଙ୍କୁ ଚାକିରୀରୁ ବହିଷ୍କାର କରିବା ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ। ତେଣୁ ଗରିବ ଆଦିବାସୀ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ବିହିତ ପଦକ୍ଷେପ  ନିଅନ୍ତୁ ବୋଲି ବିଜେପି ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos