ସବୁ ନିର୍ବାଚନମଣ୍ଡଳୀରେ ମହିଳା ଅତ୍ୟାଚାରର ଭିଡିଓ ଦେଖାଇବ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମହିଳା ଏବଂ ନାବାଳିକାଙ୍କ ଉପରେ ବୃଦ୍ଧି ପାଉଥିବା ଅତ୍ୟାଚାରକୁ ନେଇ ପ୍ରସ୍ତୁତ ଏକ ଭିଡିଓକୁ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟର ସମସ୍ତ ବିଧାନସଭା ମଣ୍ଡଳୀରେ ପ୍ରଦର୍ଶିତ କରିବ।
ଆଜି ବିଜେପି ପ୍ରଦେଶ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ମହିଳା ଓ ନାବାଳିକାମାନେ ଲଜ୍ଜିତ, ଅପମାନିତ ଏବଂ ଅସୁରକ୍ଷିତା ରାଜନୈତିକ ପୃଷ୍ଠପୋଷକତା ଯୋଗୁ ଗଣଦୁର୍ଷ୍କମ ଭଳି ଘଟଣାରେ ଅପରାଧୀମାନେ ସହଜରେ ଖସିଯାଉଛନ୍ତି। ରାଜ୍ୟ ପୁଲିସ ଓ କ୍ରାଇମବ୍ରାଞ୍ଚ ଶାସକ ଦଳର ରାଜନେତା ଏବଂ ଅପରାଧୀମାନଙ୍କର ହାତବାରିସି ସାଜିଛନ୍ତି।

ବିଜେପି ମହିଳା ମୋର୍ଚ୍ଚା ଆଜି ଓଡ଼ିଶାରେ ହେଉଥିବା ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗରେ ସରକାରଙ୍କୁ ଜବାବ ମାଗିବା ଅଭିଯାନରେ ଏକ ଭିଡିଓ ରିଲିଜ କରୁଛି। ସେହି ଭିଡିଓରେ ପିପିଲିର ବେବିନାର ଦୁଃଖ ଆଉ ତାର ଅନ୍ତରାତ୍ମାର କାହାଣୀ ରହିଛିାଗଣଦୁର୍ଷ୍କମ ପରେ ମୃତ୍ୟୁବରଣ କରିଥିବା ପିପିଲିର ଦଳିତ ଝିଅ ବେବିନାର ଆତ୍ମା ଆଜି ନ୍ୟାୟ ମାଗୁଛି। ଏ କାହାଣୀ କେବଳ ବେବିନାର ନୁହେଁ। ମାଧବୀଲତା, ଇତିଶ୍ରୀ, କୁନ୍ଦୁଲି ପୀଡ଼ିତାର କାହାଣୀ ସହ ସମାନ। ଏହି ଭିଡିଓକୁ ନେଇ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟର ସମସ୍ତ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଯିବ। ରାଜ୍ୟର ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଲୁଥିବା ‘ଜବାବ ମାଗୁଛି ଓଡିଶା’ ଗାଡ଼ିରେ ଏହି ଭିଡିଓକୁ ସମସ୍ତ ଗ୍ରାମରେ ପ୍ରଦର୍ଶିତ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
ରାଜ୍ୟର ଅପରାଧିକ ମାମଲାର ସବୁଠାରୁ ବଡ଼ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଅପରାଧୀଙ୍କୁ କିପରି ଖସାଇ ଦିଆଯାଇପାରିବ ସେହି ଦିଗରେ କାମ କରୁଛି। କ୍ରାଇମବ୍ରାଂଚ ଯେତେଗୁଡିଏ ଦୁର୍ଷ୍କମ ଏବଂ ଗଣଦୁର୍ଷ୍କମ ମାମଲାର ତଦନ୍ତ କରିଛି ସବୁ ମାମଲାରେ ଦୋଷୀ ଖସିଯାଇଛନ୍ତି। ଏହା ହେଉଛି କ୍ରାଇମବ୍ରାଞ୍ଚର ଅସଲ ଚେହେରା ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।

Ordigital Desk
• Published: Monday, 04 February 2019
• Updated: 04 February 2019, 09:45 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos