୫ ହଜାର ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବାକୁ ଗାଁ ଗାଁରେ ଆନ୍ଦୋଳନ କରିବ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ନୟାଗଡ଼ର ପରୀକୁ ନ୍ୟାୟ ଓ ୫ହଜାର ନିଖୋଜ ଶିଶୁଙ୍କୁ ଖୋଜିବା ଦାବିରେ ବିଜେପି ଆଗାମୀ ଦିନରେ ଗାଁ ଗାଁରେ ଆନ୍ଦୋଳନ କରିବ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଘୋଷଣା କରିଛନ୍ତି। ରାଜ୍ୟ ସରକାର ନିଖୋଜ ଶିଶୁଙ୍କ ପରିବାରକୁ ନ୍ୟାୟ ନଦେବା ପର୍ଯ୍ୟନ୍ତ ବିଜେପି ଚୁପ୍ ହୋଇ ବସିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ପରୀକୁ ନ୍ୟାୟ ପାଇଁ ପଦଯାତ୍ରାର ଶେଷ ଦିନରେ ସାମିଲ ହୋଇ ବିଜେପି ରାଜ୍ୟ ସଭାପତି ଶ୍ରୀ […]

790

790

Tapas Behera
  • Published: Thursday, 24 December 2020
  • Updated: 24 December 2020, 09:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ନୟାଗଡ଼ର ପରୀକୁ ନ୍ୟାୟ ଓ ୫ହଜାର ନିଖୋଜ ଶିଶୁଙ୍କୁ ଖୋଜିବା ଦାବିରେ ବିଜେପି ଆଗାମୀ ଦିନରେ ଗାଁ ଗାଁରେ ଆନ୍ଦୋଳନ କରିବ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଘୋଷଣା କରିଛନ୍ତି। ରାଜ୍ୟ ସରକାର ନିଖୋଜ ଶିଶୁଙ୍କ ପରିବାରକୁ ନ୍ୟାୟ ନଦେବା ପର୍ଯ୍ୟନ୍ତ ବିଜେପି ଚୁପ୍ ହୋଇ ବସିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ପରୀକୁ ନ୍ୟାୟ ପାଇଁ ପଦଯାତ୍ରାର ଶେଷ ଦିନରେ ସାମିଲ ହୋଇ ବିଜେପି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ଯେ,ଏବେ ଓଡ଼ିଶାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଦେଶର ଭବିଷ୍ୟତମାନେ ନିଖୋଜ ହେଇଯାଉଛନ୍ତି, ମା’ କୋଳ ଶୂନ୍ୟ ହୋଇଯାଉଛି, ହେଲେ ରାଜ୍ୟ ସରକାର ସ୍ଥାଣୁ ପାଲଟିଛନ୍ତି। ନୟାଗଡ ଯଦୁପୁର ଗାଁର ନିରୀହ ଶିଶୁ ପରୀକୁ ଅପହରଣ କରାଗଲା। ପରିବାର ଲୋକେ ଅଙ୍ଗ ତସ୍କରୀ ଅଭିଯୋଗ ଆଣିଛନ୍ତି। ସେପଟେ ନିଖୋଜ ଶିଶୁର ସଂପୂର୍ଣ୍ଣ ଶରୀର ଏଯାଏଁ ମିଳିଲା ନାହିଁ। ଆଉ ଏପରି ପରିସ୍ଥିତିରେ ରାଜ୍ୟ ସରକାର ସେ ପରିବାରକୁ ନ୍ୟାୟ ଦେବା ବଦଳରେ ତାଙ୍କ ଦଳର ନେତା ବାବୁଲି ନାୟକ ଓ ତାଙ୍କ ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବାରେ ଲାଗିଛନ୍ତି। ସେପଟେ ଘଟଣାର ତଦନ୍ତ ଦାୟିତ୍ୱ ଦେଇଥିବା ଆଇପିଏସ ଅରୁଣ ବ୍ରୋଥା ଏବେ ସରକାରଙ୍କୁ ସୁରକ୍ଷା ଦେବାକୁ ଯାଇ ଲିପାପୋତା କାମରେ ଲାଗିଛନ୍ତି।  ସରକାରଙ୍କ ପକ୍ଷରୁ ଗଠିତ ହୋଇଥିବା ଏସଆଇଟିକୁ ନିଜେ ସରକାର ମନିଟର କରୁଛନ୍ତି। ହେଲେ ରାଜ୍ୟବାସୀଙ୍କୁ ଏହା କୋର୍ଟ ପରିଚାଳିତ ବୋଲି କହି ଭକୁଆ ବନେଇବାରେ ଲାଗିଛନ୍ତି। ପୀଡ଼ିତାର ମା ଯେଉଁମାନଙ୍କ ନାଁରେ ଅଭିଯୋଗ କରିଛନ୍ତି ସେମାନଙ୍କୁ ତଦନ୍ତ ପରିସରଭୃକ୍ତ ନକରିବା ଆଜି ତଦନ୍ତ ପକ୍ରିୟାରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ଟୁଇଟର କିଙ୍ଗ ବୋଲି ଆମେ ଜାଣିଥିଲୁ ଏବେ ସେ ଜଣେ ଭଲ ସ୍କ୍ରିପ୍ଟ ରାଇଟର ଓ ଷ୍ଟୋରି ଟେଲର ବୋଲି ଜଣାପଡିଛି। ଏବେ ରାଜ୍ୟରେ ଶିଶୁ ହଜିବା ନିତିଦିନିଆ ଘଟଣା ପାଲଟିଛି।

ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ନେଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେଣୁ ଏପରି ସ୍ଥିତିରେ ଏ ଅପାରଗ ସରକାର ବିରୁଦ୍ଧରେ ଜନଜାଗରଣ କରିବା ପାଇଁ ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ଭାବେ ବିଜେପି ଗାଁ ଗାଁରେ ବୁଲି ପ୍ରତିବାଦ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ୧୪୭ ବିଧାନସଭାରେ ପରୀକୁ ନ୍ୟାୟ ପଦଯାତ୍ରାରେ ସାମିଲ ହୋଇଥିବା ଲକ୍ଷ ଲକ୍ଷ ପଦଯାତ୍ରୀଙ୍କ ପରିଶ୍ରମ ବୃଥା ଯିବନି। ଏହି ପଦଯାତ୍ରାରେ ହଜାର ହଜାର ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତାମାନେ ସାମିଲ ହେବା ସହ ପରୀ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ଦାବି କରିଛନ୍ତି। ପରୀକୁ ନ୍ୟାୟ ଦେବା ଦାବିରେ ଭୁବନେଶ୍ୱରରେ ଯାଇଥିବା ପଦଯାତ୍ରା ଆଜି ନୟାଗଡ଼ରେ ଶେଷ ହୋଇଛି। ଏଥିପାଇଁ ଆଜି ଏକ ବିଶାଳ ଜନ ସମାବେଶ ଆୟୋଜିତ ହୋଇଥିଲା। ସମାବେଶ ପରେ ବିଜେପିର ବରିଷ୍ଠ ନେତୃବୃନ୍ଦ ଯଦୁପୁର ଗାଁକୁ ଯାଇ ପରୀର ବାପା, ମା’ ଓ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ।
ଏହି ସମାବେଶରେ ଦଳର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବିଧାୟକ ନାଉରୀ ନାୟକ, ମୁକେଶ ମହାଲିଙ୍ଗ, ପ୍ରକାଶ ସୋରେନ ଓ କୁସୁମ ଟେଟେ, କେ.ଭି ସିଂହଦେଓ ଓ ସୁରମା ପାଢୀ, ଅନୀତା ପ୍ରିୟଦର୍ଶିନୀ, ରବି ନାଏକ, ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story