ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବ୍ଲକ ଗ୍ରାଣ୍ଟ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟ ସରକାର ବ୍ଲକଗ୍ରାଣ୍ଟ୍‌ ଶିକ୍ଷକ ଓ କର୍ମଚାରୀଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି, ଯାହାର ଫଳ ସ୍ୱରୁପ ଶିକ୍ଷକଙ୍କ ପରିବାର ଦୁଃଖ କଷ୍ଟରେ ଦିନ କାଟୁଛନ୍ତି। ଆଗାମୀ ଦିନରେ ଦାବି ପୂରଣ ନ ହେଲେ ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀମାନେ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବ୍ଲକ ଗ୍ରାଣ୍ଟ୍‌ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର କହିଛନ୍ତି,“୩୦ ବର୍ଷ ଧରି ଶିକ୍ଷକ ଓ କର୍ମଚାରୀଙ୍କୁ ରାଜ୍ୟ […]

blockgrant

blockgrant

Rakesh Mallick
  • Published: Thursday, 22 September 2016
  • Updated: 22 September 2016, 07:32 PM IST

Sports

Latest News

blockଭୁବନେଶ୍ୱର: ରାଜ୍ୟ ସରକାର ବ୍ଲକଗ୍ରାଣ୍ଟ୍‌ ଶିକ୍ଷକ ଓ କର୍ମଚାରୀଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି, ଯାହାର ଫଳ ସ୍ୱରୁପ ଶିକ୍ଷକଙ୍କ ପରିବାର ଦୁଃଖ କଷ୍ଟରେ ଦିନ କାଟୁଛନ୍ତି। ଆଗାମୀ ଦିନରେ ଦାବି ପୂରଣ ନ ହେଲେ ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀମାନେ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଏ ସମ୍ପର୍କରେ ବ୍ଲକ ଗ୍ରାଣ୍ଟ୍‌ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର କହିଛନ୍ତି,“୩୦ ବର୍ଷ ଧରି ଶିକ୍ଷକ ଓ କର୍ମଚାରୀଙ୍କୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରି ଚାଲିଛନ୍ତି। ରାଜ୍ୟ ସରକାର ଦରମା ଭିତ୍ତିକ ଅନୁଦାନ ପ୍ରଦାନ ନ କରି ଗତ ଜୁଲାଇ ୨୬ ତାରିଖରେ ଶିକ୍ଷକମାନଙ୍କୁ ପ୍ରଦତ୍ତ ଦରମାର ୨୫ ପ୍ରତିଶତ ବୃଦ୍ଧି କରିଛନ୍ତି।”

ସେ କହିଛନ୍ତି, “ସମାନ କାମକୁ ସମାନ ଦରମା ପ୍ରଦାନ କରାଯାଉ। ଅବସର ଦ୍ୱାର ଦେଶରେ ଥିବା ଶିକ୍ଷକ ଓ କର୍ମଚାରୀଙ୍କୁ ଦରମା, ମହଙ୍ଗା ଭତ୍ତା, ବର୍ଦ୍ଧିତ ଭତ୍ତା, ଅବସରକାଳୀନ ସୁବିଧା ସୁଯୋଗ ଦିଆଯାଉ। ଯଦି ଏପରି କରା ନ ଯାଏ ତାହା ହେଲେ ଆଗାମୀ ଦିନରେ ୩୫,୦୦୦ ବ୍ଲକ ଗ୍ରାଣ୍ଟ ଶିକ୍ଷକ, କର୍ମଚାରୀ ଓ ତାଙ୍କ ପରିବାର ଲୋକେ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos