ବ୍ଲକଗ୍ରାଣ୍ଟ୍‌ ଶିକ୍ଷକ ଓ ପୋଲିସ୍‌ ଧସ୍ତାଧସ୍ତି

ଭୁବନେଶ୍ୱର: ଆଜି ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀମାନେ ମାଷ୍ଟର କ୍ୟାଣ୍ଟିନ୍‌ରୁ ବିଶାଳ ଶୋଭାଯାତ୍ରାରେ ବିଧାନସଭା ଅଭିମୁଖେ ଯାଉଥିବା ବେଳେ ଲୋୟର ପିଏମ୍‌ଜିରେ ପୋଲିସ୍‌ ସେମାନଙ୍କୁ ବିରୋଧ କରିଥିଲା। ଫଳରେ ଶିକ୍ଷକ ଓ ପୋଲିସ୍‌ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ବ୍ଲକ୍‌ଗ୍ରାଣ୍ଟ୍ ଶିକ୍ଷକ ସଂଘ ସଭାପତି ପ୍ରଶାନ୍ତ ମହାପାତ୍ର କହିଛନ୍ତି,“ସମାନ ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା ଥାଇ ଶିକ୍ଷକଙ୍କୁ ଭିନ୍ନଭିନ୍ନ ପ୍ରକାର ଦରମା ପ୍ରଦାନ କରାଯାଉଛି। ଏହା ବିରୋଧରେ ଆମେ ୩୦ ବର୍ଷ ଧରି ସଂଘର୍ଷ କରିଆସୁଛୁ। ଏହାଛଡ଼ା […]

block-grant

block-grant

Rakesh Mallick
  • Published: Monday, 12 December 2016
  • Updated: 12 December 2016, 11:21 PM IST

Sports

Latest News

ଭୁବନେଶ୍ୱର: ଆଜି ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀମାନେ ମାଷ୍ଟର କ୍ୟାଣ୍ଟିନ୍‌ରୁ ବିଶାଳ ଶୋଭାଯାତ୍ରାରେ ବିଧାନସଭା ଅଭିମୁଖେ ଯାଉଥିବା ବେଳେ ଲୋୟର ପିଏମ୍‌ଜିରେ ପୋଲିସ୍‌ ସେମାନଙ୍କୁ ବିରୋଧ କରିଥିଲା। ଫଳରେ ଶିକ୍ଷକ ଓ ପୋଲିସ୍‌ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ବ୍ଲକ୍‌ଗ୍ରାଣ୍ଟ୍ ଶିକ୍ଷକ ସଂଘ ସଭାପତି ପ୍ରଶାନ୍ତ ମହାପାତ୍ର କହିଛନ୍ତି,“ସମାନ ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା ଥାଇ ଶିକ୍ଷକଙ୍କୁ ଭିନ୍ନଭିନ୍ନ ପ୍ରକାର ଦରମା ପ୍ରଦାନ କରାଯାଉଛି। ଏହା ବିରୋଧରେ ଆମେ ୩୦ ବର୍ଷ ଧରି ସଂଘର୍ଷ କରିଆସୁଛୁ। ଏହାଛଡ଼ା ଉଚ୍ଚତମ ନ୍ୟାୟାଳ ମଧ୍ୟ ସମାନ କାମକୁ ସମାନ ଦରମା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ସରକାର ଏଥିପ୍ରତି ନଜର ନଦେଇ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ଶିକ୍ଷକଙ୍କ ଅଭିଯୋଗ ଶୁଣୁ ନାହାନ୍ତି।

ସେ କହିଛନ୍ତି,“ ସରକାର ଆମ ଦାବି ପୂରଣ ନକଲେ ଆମେ ପଞ୍ଚାୟତ ନିର୍ବାଚନ ବର୍ଜନ କରିବୁ। ଆଗାମୀ ୨୪ ତାରିଖରୁ ପଞ୍ଚାୟତ ନିର୍ବାଚନ ସରିବା ପର୍ଯ୍ୟନ୍ତ ପ୍ରତି ଶନିବାର ଓ ରବିବାର ପଞ୍ଚାୟତରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ନେଇ ଶୋଭାଯାତ୍ରା କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos