ବ୍ଲଡବ୍ୟାଙ୍କରେ ନିଯୁକ୍ତି ପାଇବେ ୬୦ ଲାବୋରେଟାରୀ ଆସିଷ୍ଟାଣ୍ଟ

ଭୁବନେଶ୍ୱର: ଶୀଘ୍ର ବ୍ଲଡ୍‌ବ୍ୟାଙ୍କ ଗୁଡିକରେ ୬୦ ଜଣ ଲାବୋରେଟାରୀ ଆସିଷ୍ଟାଣ୍ଟଙ୍କୁ ନିଯୁକ୍ତି ଦିଆଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଏକ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ମେଡିକାଲ କଲେଜ ଓ ବ୍ଲଡବ୍ୟାଙ୍କର ଉନ୍ନତିକରଣ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ୩ଟି ମେଡିକାଲ କଲେଜ ସହ ରାଜ୍ୟରେ ଥିବା ସମସ୍ତ ୫୩ଟି ବ୍ଲଡବ୍ୟାଙ୍କର ସଠିକ ପରିଚାଳନା ଓ ବିକାଶ କରାଯିବା ନେଇ ଆଲୋଚନା କରିବାକୁ ନାୟକ ଏହି ବୈଠକ ଡକାଇ ଥିଲେ। […]

bloodbank

bloodbank

Rakesh Mallick
  • Published: Friday, 24 June 2016
  • Updated: 24 June 2016, 08:30 PM IST

Sports

Latest News

bloodbankଭୁବନେଶ୍ୱର: ଶୀଘ୍ର ବ୍ଲଡ୍‌ବ୍ୟାଙ୍କ ଗୁଡିକରେ ୬୦ ଜଣ ଲାବୋରେଟାରୀ ଆସିଷ୍ଟାଣ୍ଟଙ୍କୁ ନିଯୁକ୍ତି ଦିଆଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଏକ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ମେଡିକାଲ କଲେଜ ଓ ବ୍ଲଡବ୍ୟାଙ୍କର ଉନ୍ନତିକରଣ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ୩ଟି ମେଡିକାଲ କଲେଜ ସହ ରାଜ୍ୟରେ ଥିବା ସମସ୍ତ ୫୩ଟି ବ୍ଲଡବ୍ୟାଙ୍କର ସଠିକ ପରିଚାଳନା ଓ ବିକାଶ କରାଯିବା ନେଇ ଆଲୋଚନା କରିବାକୁ ନାୟକ ଏହି ବୈଠକ ଡକାଇ ଥିଲେ।

ବ୍ଲଡବ୍ୟାଙ୍କ ପାଇଁ ଆଧୁନିକ ଯନ୍ତ୍ରପାତି କିଣାଯିବାକୁ ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଭିତ୍ତିଭୂମି ବିକାଶ ପାଇଁ ୧୬ କୋଟି ଟଙ୍କା ଖର୍ଚ୍ଚ ହେବ। ଠିକ୍‌ ଭାବେ ରକ୍ତ ପରୀକ୍ଷା ଓ ରକ୍ତ ପ୍ରଦାନରେ ସ୍ୱଚ୍ଛତା ରକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାର ଉଲ୍ଲଂଘନ କରାଗଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନାୟକ କହିଛନ୍ତି।

ଜିଲ୍ଲାସ୍ତରରେ ମଧ୍ୟ କମିଟି ଗଠନ କରାଯାଇଛି। ଏହି କମିଟି ରକ୍ତଦାନର ମନିଟରିଂ ଓ ଯାଞ୍ଚ କରିବ।

ମନ୍ତ୍ରୀ ନାୟକ କହିଛନ୍ତି, “ରାଜ୍ୟରେ ଥିବା ୩ଟି ମେଡିକାଲ କଲେଜ ଓ ବ୍ଲଡ୍‌ବ୍ୟାଙ୍କର ସୁପରିଚାଳନା କରାଯିବା ନେଇ ଆଲୋଚନା ହୋଇଛି। ବିଶେଷ କରି ଅଧିକ କର୍ମଚାରୀ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇଛି। ୬୦ ଜଣ ଲାବୋରେଟାରୀ ଆସିଷ୍ଟାଣ୍ଟଙ୍କୁ ନିଯୁକ୍ତି ଦିଆଯିବାକୁ ସ୍ଥିର ହୋଇଛି।”

ସେ କହିଛନ୍ତି, “ରକ୍ତ ଭଣ୍ଡାର ପରିଚାଳନା ଲାଗି ଥିବା ଗାଇଡଲାଇନକୁ ଠିକ ଭାବେ ପାଳନ କରିବାକୁ କୁହାଯାଇଛି। ଏଥିରେ ଯିଏ ଅବହେଳା କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos