ବିଏମ୍‌ସିର ୟୁଜର୍ସ ଫି’ ଆଦାୟ ପ୍ରତିବାଦରେ ବିଭିନ୍ନ ୱାର୍ଡରେ ବିଜେପିର ଶୋଭାଯାତ୍ରା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଦାୟ କରାଯାଉଥିବା ୟୁଜର୍ସ ଫି’କୁ  ବିରୋଧ କରି ଆଜି ବିଜେପି ପକ୍ଷରୁ ରାଜଧାନୀର ବିଭିନ୍ନ ୱାର୍ଡରେ ଶୋଭାଯାତ୍ରା କରାଯାଇଛି। ବିଏମ୍‌ସିକୁ ୟୁଜର୍ସ ଫିକୁ ନ ଦେବାକୁ ବିଜେପି କର୍ମୀମାନେ ୱାର୍ଡବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ବିଏମ୍‌ସି ପକ୍ଷରୁ ଲୋକଙ୍କୁ କୌଣସି ସେବା ଏବଂ ସୁବିଧା ସଠିକ୍‌ ଭାବେ ଯୋଗାଇ ଦିଆଯାଉ ନ ଥିବା ବେଳେ ୟୁଜର୍ସ ଫି’  କାହିଁକି  ଦିଆଯିବ ବୋଲି ବିଜେପି କର୍ମୀମାନେ ପ୍ରଶ୍ନ କରିଛନ୍ତି। ଏହା ପୂର୍ବରୁ ଏପ୍ରିଲ୍ […]

bbsr

bbsr

Rakesh Mallick
  • Published: Monday, 02 May 2016
  • Updated: 02 May 2016, 06:51 AM IST

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଦାୟ କରାଯାଉଥିବା ୟୁଜର୍ସ ଫି’କୁ  ବିରୋଧ କରି ଆଜି ବିଜେପି ପକ୍ଷରୁ ରାଜଧାନୀର ବିଭିନ୍ନ ୱାର୍ଡରେ ଶୋଭାଯାତ୍ରା କରାଯାଇଛି। ବିଏମ୍‌ସିକୁ ୟୁଜର୍ସ ଫିକୁ ନ ଦେବାକୁ ବିଜେପି କର୍ମୀମାନେ ୱାର୍ଡବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ବିଏମ୍‌ସି ପକ୍ଷରୁ ଲୋକଙ୍କୁ କୌଣସି ସେବା ଏବଂ ସୁବିଧା ସଠିକ୍‌ ଭାବେ ଯୋଗାଇ ଦିଆଯାଉ ନ ଥିବା ବେଳେ ୟୁଜର୍ସ ଫି’  କାହିଁକି  ଦିଆଯିବ ବୋଲି ବିଜେପି କର୍ମୀମାନେ ପ୍ରଶ୍ନ କରିଛନ୍ତି।

ଏହା ପୂର୍ବରୁ ଏପ୍ରିଲ୍ ୨୫ ତାରିଖରେ ବିଏମ୍‌ସି ଅଫିସ୍‌ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।  ବିକ୍ଷୋଭକାରୀମାନେ ବିଏମ୍‌ସି ଅଫିସରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ଓ ପୋଲିସ୍ ସହିତ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ଆନ୍ଦୋଳନକାରୀମାନେ ବିଏମ୍‌ସି ଅଫିସ୍‌ ଆଗରେ  ଭଙ୍ଗାରୁଜା କରିବା ସହ ନାରାବାଜି କରିଥିଲେ।

ବିଏମ୍‌ସି ଆଦାୟ କରୁଥିବା ୟୁଜର୍ସ ଫି’କୁ କୌଣସି ଉନ୍ନୟନମୂଳକ କାର୍ଯ୍ୟରେ ବିନିଯୋଗ କରା ନ ଯାଇ ବାଟମାରଣା କରାଯାଉଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ୟୁଜର୍ସ ଫି’କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦଳ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos