ବିଏମସିର ୧୭ ନମ୍ୱର ୱାର୍ଡରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ସୁସ୍ମିତା ଦାସ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ୧୭ ନମ୍ୱର ୱାର୍ଡକୁ ପୁଣି ବିଜେଡି ଦଖଲ କରିଛି । ବିଜେଡି ପ୍ରାର୍ଥୀ ସୁସ୍ମିତା ଦାସ ୧୬ଶହ ୬୧ ଖଣ୍ଡ ଭୋଟରେ କଂଗ୍ରେସର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅନ୍ନପୂର୍ଣ୍ଣା ଦାସଙ୍କୁ ପରାଜିତ କରିଛନ୍ତି। ମୋଟ ୨ହଜାର ୪୨୩ ମତଦାନ ହୋଇଥିଲା। ଆଜି ସକାଳ  ୮ଟା୩୦ରେ ଏଡିଏମଙ୍କ କାର୍ଯ୍ୟାଳୟରେ ଭୋଟ ଗଣତି ଆରମ୍ଭ ହୋଇଥିଲା।  ପ୍ରାୟ ଅଧଘଣ୍ଟା ମଧ୍ୟରେ ଗଣତି ଶେଷ ହୋଇଯାଇଥିଲା। ଗଣନା ସମୟରେ ମେୟର ଅନନ୍ତ ନାରାୟଣ ଜେନା ଓ ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଉପସ୍ଥିତ ଥିଲେ। କିନ୍ତୁ ବିଜୟୀ ପ୍ରାର୍ଥିନୀ ସୁସ୍ମିତା ଦାସ ଅନୁପସ୍ଥିତ ଥିଲେ।

ପୂର୍ବରୁ ଏହି ୱାର୍ଡରେ ଥିବା ବିଜେଡି ପ୍ରାର୍ଥୀ ଲୀଳାବତୀ ଓଝାଙ୍କ ମୃତ୍ୟୁ ପରେ ଏହି ପଦ ଖାଲି ପଡ଼ିଥିଲା। ଗତ ୧୬ ତାରିଖରେ ଏହି ୱାର୍ଡ ପାଇଁ ଉପ-ନିର୍ବାଚନ ହୋଇଥିଲା। ବାଣୀବିହାର କ୍ୟାମ୍ପସ, ପଥରବନ୍ଧ ବସ୍ତି ଓ ବିଶ୍ୱେଶ୍ୱର ବସ୍ତିରେ ମୋଟ ୭,୬୦୦ ଭୋଟର ଥିବା ବେଳେ ମତଦାନ ଲାଗି ବାଣୀବିହାର ସ୍କୁଲ୍, ସଂସ୍କୃତ ବିଭାଗ ସମେତ ୱାର୍ଡର ବିଭିନ୍ନ ସ୍ଥାନରେ ମୋଟ ୭ଟି ବୁଥ୍ କରାଯାଇଥିଲା। ଏହି ୱାର୍ଡରେ ଦ୍ୱି-ମୁଖୀ ଲଢ଼େଇ ହେଇଥିଲା। ତେବେ ବିଜେପି ପକ୍ଷରୁ କୌଣସି ପ୍ରାର୍ଥୀ ଦିଆଯାଇ ନ ଥିଲା।

ଆହୁରି ପଢ଼ନ୍ତୁ

ବୁଣାକାରଙ୍କ ପାଇଁ ବାର୍ତ୍ତାଟିଏ ଦେବାକୁ ଭୁଲିଗଲେ ସରକାର!

ଆଇପିଏସ୍ ଅମ୍ରିତ ମୋହନ ଓ ରଣପିସେଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ

ସୁସ୍ଥ ହେଲେ ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ ଅଧିକ ପଢ଼ନ୍ତୁ?

କରୋନା ଲଢ଼େଇରେ ଜୀବନ ହରାଇଥିବା ଶିକ୍ଷକଙ୍କ ପରିବାରକୁ କେବେ ମିଳିବ ସହାୟତା?

ଶପିଂ କରି ପେମେଣ୍ଟ କଲେନି, କହିଲେ- ରେପ୍‌ କେସ୍‌ରେ ଫସାଇ ଦେବି!

ଭୁବନେଶ୍ୱରରୁ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ, ୪୯ ଲୋକାଲ୍‌ କେସ

ବେହେରା ସାହିରୁ ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତାରେ ସିଏମ୍‌ସି

କରୋନା ପରେ ଅଜଣା ରୋଗ ନେଉଛି ଜୀବନ, ୩ ଦିନରେ ଗଡ଼ିଲାଣି ୪ ମୁଣ୍ଡ

ନୂଆଖାଇ ପାଇଁ ଶଟ୍‌ଡାଉନ୍‌ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ସେପ୍ଟେମ୍ବରରେ କରୋନାର ଖେଳ ଶେଷ!

୯ରୁ ୧୧ ଯାଏ ବର୍ଷା; ୧୨ରୁ ଶୁଖିଲା

ନରସିଂହପୁର ଟାଉନ ଶଟ୍‌ଡାଉନ୍‌