ଅସହ୍ୟ ହେଲା ଋଣ ଭାର: ଆତ୍ମହତ୍ୟା କଲେ ଟ୍ରକ୍ ମାଲିକ!

ତେଲକୋଇ(ଚିନ୍ମୟ କୁମାର ସାହୁ): ଅସହ୍ୟ ହେଲା ଋଣ ଭାର। ଅତ୍ୟଧିକ ସୁଦ୍ଧହାର ସୁଝିବା କଷ୍ଟକର ହୋଇ ପଡ଼ିଲା। ଋଣ ପରିଶୋଧ କରି ନପାରି ଶେଷରେ ଆତ୍ମହତ୍ୟା କରିଛନ୍ତି ଟ୍ରକ୍ ମାଲିକ। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁରୁ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଛାମୁଣ୍ଡା ଗାଁ ମକୁନ୍ଦ ମହାକୁଡ଼। ମକୁନ୍ଦ ଏକ ୧୨ ଚକିଆ ଟ୍ରକ୍ କିଣି ଚଳାଉଥିଲେ। ସବୁ ଠିକ ଠାକ ଚାଲି ଥିଲା। ମାସେ ହେଲା ମାଇନ୍ସ […]

deadbody

deadbody

Tapaswini Nayak
  • Published: Friday, 07 October 2022
  • Updated: 07 October 2022, 03:57 PM IST

Sports

Latest News

ତେଲକୋଇ(ଚିନ୍ମୟ କୁମାର ସାହୁ): ଅସହ୍ୟ ହେଲା ଋଣ ଭାର। ଅତ୍ୟଧିକ ସୁଦ୍ଧହାର ସୁଝିବା କଷ୍ଟକର ହୋଇ ପଡ଼ିଲା। ଋଣ ପରିଶୋଧ କରି ନପାରି ଶେଷରେ ଆତ୍ମହତ୍ୟା କରିଛନ୍ତି ଟ୍ରକ୍ ମାଲିକ। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁରୁ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଛାମୁଣ୍ଡା ଗାଁ ମକୁନ୍ଦ ମହାକୁଡ଼।

ମକୁନ୍ଦ ଏକ ୧୨ ଚକିଆ ଟ୍ରକ୍ କିଣି ଚଳାଉଥିଲେ। ସବୁ ଠିକ ଠାକ ଚାଲି ଥିଲା। ମାସେ ହେଲା ମାଇନ୍ସ ଚାଲୁ ନ ଥିବାରୁ ତାଙ୍କ ଟ୍ରକ୍ ବନ୍ଦ ହୋଇ ପଡି ରହିଥିଲା। ଫଳରେ ଟ୍ରକରୁ କୌଣସି ରୋଜଗାର ହୋଇପାରୁନଥିଲା। ଫଳରେ ମୁକୁନ୍ଦ ଚାପରେ ଥିଲେ। ଅନ୍ୟପଟେ ଯେଉଁ ସଂସ୍ଥାରୁ ଋଣ ଆଣି ଟ୍ରକ୍ କିଣି ଥିଲେ, ସେ ସଂସ୍ଥା ବାରମ୍ବାର କିସ୍ତି ପାଇଁ ତାଗିଦ କରୁଥିଲା। ଏପରିକି ତାଙ୍କର ଜାଗା ବାଡ଼ି ବିକ୍ରି କରି କିଛି ଋଣ ସୁଝିଥିଲେ। ଏବେ ଋଣ ସଂସ୍ଥା ପୁଣି ତାଗିଦ କରୁଥିଲା, ଅନ୍ୟ ଉପାୟ ନ ପାଇ ନିଜ ଘର ଆଗରେ ମୁକୁନ୍ଦ ରାଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଆଜି ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଘର ଆଗରୁ ଉଦ୍ଧାର କରାଯାଇଥିଲା। ମୁକୁନ୍ଦଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos