ଏମିତି ଆସେ ବି ମୃତ୍ୟୁ, ସାଙ୍ଗ ସହ ଫୋନ୍‌ରେ କଥା ହେଲାବେଳେ ଚାଲିଗଲା ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୃତ୍ୟୁ କେତେବେଳେ କେମିତି ଆସିବ କେହି କହିପାରିବେ ନାହିଁ। ଏପରି ଘଟଣା ଘଟିଯାଇଛି ଜଣେ ବ୍ୟକ୍ତିଙ୍କ ସାଙ୍ଗରେ। ଫୋନରେ ସାଙ୍ଗଙ୍କ ସହ କଥା ହେଉ ହେଉ ତାଙ୍କ ଜୀବନ ଚାଲିଯାଇଛି। ଏପରି ଘଟଣା ଘଟିଛି ଭୁବନେଶ୍ୱରର ଏକ ହୋଟେଲରେ।  ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନାହିଁ। ତାଙ୍କ ଘର ବିଶାଖାପାଟଣାରେ ହୋଇଥିବା ସୂଚନା ମିଳିଛି। ଗତକାଲି ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର ଏକ ହୋଟେଲରେ ଥିବା ବେଳେ ମୋବାଇଲେ ନିଜ ସାଙ୍ଗଙ୍କ ସହ କଥା ହେଉଥିଲେ। […]

deadbody

deadbody

Tapaswini Nayak
  • Published: Friday, 29 July 2022
  • Updated: 29 July 2022, 11:15 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୃତ୍ୟୁ କେତେବେଳେ କେମିତି ଆସିବ କେହି କହିପାରିବେ ନାହିଁ। ଏପରି ଘଟଣା ଘଟିଯାଇଛି ଜଣେ ବ୍ୟକ୍ତିଙ୍କ ସାଙ୍ଗରେ। ଫୋନରେ ସାଙ୍ଗଙ୍କ ସହ କଥା ହେଉ ହେଉ ତାଙ୍କ ଜୀବନ ଚାଲିଯାଇଛି। ଏପରି ଘଟଣା ଘଟିଛି ଭୁବନେଶ୍ୱରର ଏକ ହୋଟେଲରେ।  ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନାହିଁ। ତାଙ୍କ ଘର ବିଶାଖାପାଟଣାରେ ହୋଇଥିବା ସୂଚନା ମିଳିଛି।

ଗତକାଲି ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର ଏକ ହୋଟେଲରେ ଥିବା ବେଳେ ମୋବାଇଲେ ନିଜ ସାଙ୍ଗଙ୍କ ସହ କଥା ହେଉଥିଲେ। ହଠାତ୍‌ ବ୍ୟକ୍ତି ଜଣଙ୍କ ଅଟକି ଯାଇଥିବା ବେଳେ ତାଙ୍କ ପାଟିରୁ କିଛି ଶବ୍ଦ ବାହାରି ନଥିଲା। ସନ୍ଦେହ ହେବାରୁ ଏନେଇ ତାଙ୍କ ସାଙ୍ଗ ହୋଟେଲକୁ ଫୋନ୍‌ କରିଥିଲେ। ରୁମ୍‌କୁ ଯାଇ ଉକ୍ତ ବ୍ୟକ୍ତିଙ୍କୁ ଦେଖିବାକୁ ହୋଟେଲ୍‌ ବୟକୁ କହିଥିଲେ। ହୋଟେଲ ବୟ ରୁମ୍‌କୁ ଆସି ଦେଖିଲା ବେଳକୁ ବ୍ୟକ୍ତି ଜଣଙ୍କ ବେଡ୍ ଉପରେ ଶୋଇ ଫୋନ୍‌ରେ କଥାରେ ହେଉଥିବା ମୁଦ୍ରାରେ ପଡ଼ି ରହିଛନ୍ତି।

ହୋଟେଲ ବୟ ବ୍ୟକ୍ତି ଜଣଙ୍କୁ ଯେତେ ଡେକିଥିଲେ ମଧ୍ୟ ସେ ଶୁଣି ନଥିଲେ। ଏନେଇ ସେ ନିଜ ମ୍ୟାନେଜରଙ୍କୁ ଜଣାଇଥିଲେ। ମ୍ୟାନେଜର ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ବ୍ୟକ୍ତି ଜଣଙ୍କୁ କ୍ୟାପିଟାଲରେ ହସପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।  ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos