ଗୋଲାପ ଫୁଲରେ ’I LOVE U’ ଲେଖି ଜୀବନ ହାରିଲେ ଯୁବକ

ଖଡ଼ିଆଳ(ଓଡ଼ିଶା ରିପୋର୍ଟର): ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ। ଗୋଲାପ ଫୁଲ ପାଖୁଡ଼ାରେ ପାଖରେ ଲେଖା ହେଇଛି I LOVE U। ରାସ୍ତା ଉପରେ ଗୋଲାପ ଫୁଲ ପାଖୁଡ଼ାରେ ଆଇ ଲଭ୍ ୟୁ ଲେଖି ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ। ରାସ୍ତାକଡ଼ରେ ଥିବା ଏକ ଗଛରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏପରି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜେପୁର କୁସମାଲ ରାସ୍ତା କଡ଼ରେ। ମୃତ ଯୁବକଙ୍କ ଜଣଙ୍କ ହେଲେ ମନୋହର ତାଣ୍ଡିଙ୍କ ପୁଅ ପଦ୍ମ ଚରଣ ତାଣ୍ଡି। ତାଙ୍କ ଘର ଖଡ଼ିଆଳ ବ୍ଲକ ନିକଟସ୍ଥ ଝିତ୍ରିଝୋଡ଼ ଗାଁରେ।

deadbody
ଗୋଲାପ ଫୁଲରେ ଲେଖିଯାଇଛି ଆଇ ଲଭ୍‌ ୟୁ

ଆଜି ସକାଳେ ମନୋହରଙ୍କ ମୃତଦେହ ରାସ୍ତାକଡ଼ରେ ଥିବା ନିମ୍ବ ଗଛରେ ଝୁଲିଥିବା  ସ୍ଥାନୀୟ ଲୋକ ଦେଖିଥିଲେ। ତାଙ୍କ ମୃତଦେହ ନିକଟରେ ତଥା ରାସ୍ତା ଉପରେ ଗୋଲାପ ଫୁଲ ଓ ଅନ୍ୟ ଫୁଲରେ ଆଇ ଲଭ୍ ୟୁ ଲେଖି ଯାଇଥିଲା। ଏନେଇ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ ପୁଅ ଆତ୍ମହତ୍ୟା କରି ନଥିବା ମନୋହରଙ୍କ ପରିବାର ଲୋକ କହିଛନ୍ତି। ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ବୋଲି ଦାବି କରାଯାଇଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।