କାର୍ଯ୍ୟକ୍ଷମ ହେଲା ଜେଏସ୍‌ପିଏଲ୍‌ର ୨୫୦ଟନ୍‌ କ୍ଷମତା ବିଶିଷ୍ଟ ବି.ଓ.ଏଫ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌) ଅନୁଗୋଳଠାରେ ୨୫୦ ଟନ୍‌ କ୍ଷମତା ବିଶିଷ୍ଟ ବେସିକ୍‌ ଅକ୍ସିଜେନ୍‌ ଫର୍ଣ୍ଣାସ(ବି.ଓ.ଏଫ୍‌)କୁ ପୂର୍ଣ୍ଣ ସମାପନକରି କରି ତାର ବାର୍ଷିକ ୬ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିଛି। ଏହି ବି.ଓ.ଏଫ୍‌ କାର୍ଯ୍ୟକ୍ଷମ ହେବା ପରେ ଜେଏସ୍‌ପିଏଲ୍ ଅନୁଗୋଳରେ ଥିବା ଭାରତର ସର୍ବବୃହତ ବ୍ଲାଷ୍ଟ ଫର୍ଣ୍ମାସ୍‌ର ପୂର୍ଣ୍ଣ କ୍ଷମତା ବ୍ୟବହାର ହୋଇପାରିବ। ଏହା ସହ, କମ୍ପାନୀ କମ୍‌ ଖର୍ଚ୍ଚରେ ଅଧିକ ଦକ୍ଷତାର […]

jindal2

jindal2

Rakesh Mallick
  • Published: Wednesday, 27 December 2017
  • Updated: 27 December 2017, 02:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌) ଅନୁଗୋଳଠାରେ ୨୫୦ ଟନ୍‌ କ୍ଷମତା ବିଶିଷ୍ଟ ବେସିକ୍‌ ଅକ୍ସିଜେନ୍‌ ଫର୍ଣ୍ଣାସ(ବି.ଓ.ଏଫ୍‌)କୁ ପୂର୍ଣ୍ଣ ସମାପନକରି କରି ତାର ବାର୍ଷିକ ୬ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିଛି।

ଏହି ବି.ଓ.ଏଫ୍‌ କାର୍ଯ୍ୟକ୍ଷମ ହେବା ପରେ ଜେଏସ୍‌ପିଏଲ୍ ଅନୁଗୋଳରେ ଥିବା ଭାରତର ସର୍ବବୃହତ ବ୍ଲାଷ୍ଟ ଫର୍ଣ୍ମାସ୍‌ର ପୂର୍ଣ୍ଣ କ୍ଷମତା ବ୍ୟବହାର ହୋଇପାରିବ। ଏହା ସହ, କମ୍ପାନୀ କମ୍‌ ଖର୍ଚ୍ଚରେ ଅଧିକ ଦକ୍ଷତାର ସହ ଇସ୍ପାତ ନିର୍ମାଣ କରିପାରିବ।

ଏହି  ବି.ଓ.ଏଫ୍‌ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ, ଜେଏସ୍‌ପିଏଲ୍‌ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଅନୁଗୋଳରେ ଅବସ୍ଥାନ କରି କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ବି.ଓ.ଏଫ୍‌ କାର୍ଯ୍ୟକ୍ଷମ ହେବା ପରେ ଅନୁଗୋଳ ଇସ୍ପାତ କାରଖାନା ଅଧିକ ପରିଚାଳନ କୁଶଳତା ଓ ଆର୍ଥିକ ଦକ୍ଷତା ହାସଲ କରିବ। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ବି.ଓ.ଏଫ୍‌କୁ ସଂପୂର୍ଣ୍ଣ କରିଥିବାରୁ ମୁଁ ଅନୁଗୋଳ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ଶ୍ରୀ ଜିନ୍ଦଲ ପ୍ରକାଶ କରିଥିଲେ।

jindalଜେଏସ୍‌ପିଏଲ୍‌ର ଏହି ବି.ଓ.ଏଫ୍‌ରେ୨୫୦ ଟନ୍‌ ଲାଡର୍‌ ରହିଛି ଯାହା ବାର୍ଷିକ ୩ ନିୟୁତ ଟନ୍  ଉଚ୍ଚମାନର ଇସ୍ପାତ ନିର୍ମାଣ କରିପାରିବ। ଏହା ଡ୍ରାଏ ଗ୍ୟାସ କ୍ଲିନିଙ୍ଗ୍‌ ସିଷ୍ଟମ ଥିବା ଭାରତର ଏକମାତ୍ର କନଭର୍ଟର ସପ୍‌। ଡ୍ରାଏ ଗ୍ୟାସ୍‌ କ୍ଲିନିଙ୍ଗ ସିଷ୍ଟମ ୱେଟ୍‌ ଗ୍ୟାସ୍‌ କ୍ଲିନିଙ୍ଗ ସିଷ୍ଟମଠାରୁ ତିନିଗୁଣ ଅଧିର ପରିବେଶ ଉପଯୋଗୀ।

ବି.ଓ.ଏଫ୍‌ରେ ଡ୍ରାଏ ଗ୍ୟାସ୍‌ କ୍ଲିନିଙ୍ଗ ସିଷ୍ଟମର ବ୍ୟବହାର , ଜେଏସ୍‌ପିଏଲର ପରିବେଶ ଉପଯୋଗୀ ସବୁଜ ଜ୍ଞାନକୌଶଳର ଏକ ନିଦର୍ଶନ ବୋଲି କାର୍ଯ୍ୟବାହୀ ନିର୍ଦ୍ଦେଶକ ତଥା ଅନୁଗୋଳ କାରଖାନାର ମୁଖ୍ୟ ଶ୍ରୀ ଦୀନେଶ କୁମାର ସରୋଗୀ କହିଛନ୍ତି।

ଏହି  ବି.ଓ.ଏଫ୍‌ କମ୍‌ ଶକ୍ତି ବ୍ୟବହାର କରିବା ସହିତ, କନଭର୍ଟର ଗ୍ୟାସ୍‌ ଉତ୍ପାଦାନ କରିଥାଏ। ଏହି କନଭର୍ଟର ଗ୍ୟାସ୍‌କୁ କାରଖାନାର ଅନ୍ୟ ୟୁନିଟ୍‌ରେ ବ୍ୟବହାର କରାଯାଇ ପାରିବ। ଅନୁଗୁଳ କାରଖାନାର ଜିରୋ ବର୍ଜ୍ୟବସ୍ତୁ ନିର୍ଗମନ ବ୍ୟବସ୍ଥା ଅନୁଯାୟୀ କୌଣସି ବର୍ଜ୍ୟ ବସ୍ତୁ ନିର୍ଗମନ କରିବ ନାହିଁ। ଏହି ପ୍ରକ୍ରିୟାରେ ବାହାରୁଥିବା ସ୍ଲାଗକୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ। ଏସ୍.ଏମ୍.ଏସ୍.ଗ୍ରୁପ୍ ଏହି ବି.ଓ.ଏଫ୍‌ର ଇଞ୍ଜିନିୟରିଂ ଯୋଜନା କରିବା ସହିତ ମୁଖ୍ୟ ଯନ୍ତ୍ରାଂଶ ଯୋଗାଇଛନ୍ତି।

ଏଠାରେ ଉଲ୍ଲେଖନୀୟ ଯେ, ଜେଏସ୍‌ପିଏଲ୍ ୨୦୧୭ ମସିହା ମେ ମାସରେ ୪୫୫୪ ଘନମିଟର ବ୍ଲାଷ୍ଟ ଫର୍ଣ୍ଣାସକୁ କାର୍ଯ୍ୟକ୍ଷମ କରିଥିଲେ। ୩୩ହଜାର କୋଟି ପୁଞ୍ଜି ନିବେଶରେ ନିର୍ମିତ ଜେଏସ୍‌ପିଏଲ୍‌ର ଅନୁଗୋଳସ୍ଥିତ ଇସ୍ପାତ କାରଖାନା ବର୍ତ୍ତମାନ ଓଡ଼ିଶାର ସର୍ବ ବୃହତ ଓ ଅତ୍ୟାଧୁନିକ ଇସ୍ପାତ କାରଖାନା। ଏହି ବି.ଓ.ଏଫ୍ କାର୍ଯ୍ୟକ୍ଷମ ହେବା ସହିତ ଅନୁଗୋଳ କାରଖାନାର ସମସ୍ତ ୟୁନିଟ ସମ୍ପୁର୍ଣ୍ଣ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos