ବାହାଘର ଭୋଜି ଖାଇ ଜଣେ ମୃତ, ୬୦ ଅସୁସ୍ଥ

ବଲାଙ୍ଗିର: ବଲାଙ୍ଗିର ଲୋଇସିଂହା ବ୍ଳକ୍ ଲୁଚ୍‌କିବାହାଲ୍ ଗାଁରେ ବାହାଘର ଭୋଜି ଖାଇ ଜଣେ ପିଲାର ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୫ ଜଣ ଛୋଟ ପିଲା ଅଛନ୍ତି। ସମସ୍ତଙ୍କୁ ଗତକାଲି ଲୋଇସିଂହା ପ୍ରାଥମିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ସଇଁତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ମନୀଷା ବାଗ(୧୨) ଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ […]

dairiya

dairiya

Rakesh Mallick
  • Published: Friday, 05 May 2017
  • Updated: 05 May 2017, 04:59 PM IST

ବଲାଙ୍ଗିର: ବଲାଙ୍ଗିର ଲୋଇସିଂହା ବ୍ଳକ୍ ଲୁଚ୍‌କିବାହାଲ୍ ଗାଁରେ ବାହାଘର ଭୋଜି ଖାଇ ଜଣେ ପିଲାର ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୫ ଜଣ ଛୋଟ ପିଲା ଅଛନ୍ତି। ସମସ୍ତଙ୍କୁ ଗତକାଲି ଲୋଇସିଂହା ପ୍ରାଥମିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ସଇଁତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ମନୀଷା ବାଗ(୧୨) ଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos