ବଲାଙ୍ଗିର: କାର୍‌କୁ ଧକ୍କା ଦେଲା ବାଇକ୍; ବାପା ମୃତ, ପୁଅ ଗୁରୁତର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଦେଓଗାଁ ବଙ୍ଗଳା ଛକରେ ଆଜି ସକାଳେ ଏକ କାର୍ ବାଇକ୍‌କୁ ଧକ୍କା ଦେବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛି। ଘଟଣାସ୍ଥଳରୁ କାର୍ ଡ୍ରାଇଭର୍ ଫେରାର୍ ହୋଇଯାଇଛି।  ଦେଓଗାଁ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।