ଯୁବତୀଙ୍କ ଚୁଟି କଟା ଘଟଣା: ପୋଲିସ୍‌ ମାଡ଼ରେ ଅଭିଯୁକ୍ତ ଗୁରୁତର

ବଲାଙ୍ଗିର: ବଲାଙ୍ଗିର ସଦର ବ୍ଲକ୍‌ ପରଧିଆପାଲିରେ ଜଣେ ଯୁବତୀଙ୍କ ଚୁଟି କାଟି ନିର୍ଯାତନା ଦେବା ଘଟଣାର ତଦନ୍ତ ବେଳେ ଜଣେ ଅଭିଯୁକ୍ତଙ୍କୁ ସଦର ଥାନା ପୋଲିସ୍‌ ମାଡ ମାରିଥିବା ଅଭିଯୋଗ ହୋଇଛି।  ତାଙ୍କ ନାଁ ତ୍ରିନାଥ ବେହେରା। ପୋଲିସ୍‌ ମାଡ଼ରେ  ତ୍ରିନାଥଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଛି। ଗତ ୬ ତାରିଖରେ ଏଇ ଘଟଣା ଘଟିଥିବା ବେଳେ ମାର୍ଚ୍ଚ ୮ ତାରିଖରେ ପୀଡ଼ିତା ଅଭିଯୋଗ କରିଥିଲେ।  ତାଙ୍କ ଅଭିଯୋଗ […]

bolagir

bolagir

Rakesh Mallick
  • Published: Thursday, 23 March 2017
  • Updated: 23 March 2017, 02:56 PM IST

Sports

Latest News

ବଲାଙ୍ଗିର: ବଲାଙ୍ଗିର ସଦର ବ୍ଲକ୍‌ ପରଧିଆପାଲିରେ ଜଣେ ଯୁବତୀଙ୍କ ଚୁଟି କାଟି ନିର୍ଯାତନା ଦେବା ଘଟଣାର ତଦନ୍ତ ବେଳେ ଜଣେ ଅଭିଯୁକ୍ତଙ୍କୁ ସଦର ଥାନା ପୋଲିସ୍‌ ମାଡ ମାରିଥିବା ଅଭିଯୋଗ ହୋଇଛି।  ତାଙ୍କ ନାଁ ତ୍ରିନାଥ ବେହେରା। ପୋଲିସ୍‌ ମାଡ଼ରେ  ତ୍ରିନାଥଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଛି।

ଗତ ୬ ତାରିଖରେ ଏଇ ଘଟଣା ଘଟିଥିବା ବେଳେ ମାର୍ଚ୍ଚ ୮ ତାରିଖରେ ପୀଡ଼ିତା ଅଭିଯୋଗ କରିଥିଲେ।  ତାଙ୍କ ଅଭିଯୋଗ ଅନୁଯାୟୀ, ଗାଁର ଜଣେ ପଡ଼ୋଶୀଙ୍କ ଘରକୁ ସେ ସିଲେଇ ଶିଖିବାକୁ ଯାଇଥିଲେ। କିନ୍ତୁ ତାଙ୍କ ନାଁରେ ମୋବାଇଲ୍ ଚୋରି ଅଭିଯୋଗ ଆଣି ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ  ଚୁଟି କାଟି ଦେଇଥିଲେ।  ଏହା ପରେ ସଂପୃକ୍ତ ଅଭିଯୁକ୍ତ ପରିବାରର ଲୋକେ ତାଙ୍କ ବେକରେ ଚପଲ ମାଳ ପିନ୍ଧାଇ ବୁଲାଇ ଥଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos