୮ଟି ସହରର ତାପମାତ୍ର ୪୦ ଡିଗ୍ରୀ ଛୁଇଁଲା, ବଲାଙ୍ଗିରରେ ସର୍ବାଧିକ ୪୨ ଡିଗ୍ରୀ

ଭୁବନେଶ୍ୱର: ବଢୁଛି ଖରାର ପ୍ରକୋପ। ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ। ପଶ୍ଚିମବଙ୍ଗ ଗାଙ୍ଗେୟ ଉପକୂଳରୁ ବହୁଥିବା ପବନ ପ୍ରଭାବରେ ଉପକୂଳ ଓଡ଼ିଶାରେ ଆଜି ତାତି ସାମାନ୍ୟ କମ୍ ରହିଥିବା ବେଳେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ବଲାଙ୍ଗିରରେ ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀ ରହିଥିଲା। ସେହିପରି ଟିଟିଲାଗଡ଼ରେ ତାପମାତ୍ର ୪୧.୬ ଡିଗ୍ରୀ ରେକର୍ଡ କରାଯାଇଥିବା […]

khara

khara

Rakesh Mallick
  • Published: Saturday, 02 April 2016
  • Updated: 02 April 2016, 04:35 PM IST

Sports

Latest News

kharaଭୁବନେଶ୍ୱର: ବଢୁଛି ଖରାର ପ୍ରକୋପ। ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ। ପଶ୍ଚିମବଙ୍ଗ ଗାଙ୍ଗେୟ ଉପକୂଳରୁ ବହୁଥିବା ପବନ ପ୍ରଭାବରେ ଉପକୂଳ ଓଡ଼ିଶାରେ ଆଜି ତାତି ସାମାନ୍ୟ କମ୍ ରହିଥିବା ବେଳେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ବଲାଙ୍ଗିରରେ ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀ ରହିଥିଲା। ସେହିପରି ଟିଟିଲାଗଡ଼ରେ ତାପମାତ୍ର ୪୧.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣାରେ ୪୧.୫ ଓ ମାଲକାନଗିରିରେ ୪୧ ଡିଗ୍ରୀ ରେକର୍ଡ କରାଯାଇଥିଲା। ଝାରସୁଗୁଡ଼ାର ତାପମାତ୍ର ୪୦.୫ ଡିଗ୍ରୀ ରହିଥିଲା। ହୀରାକୁଦର ତାପମାତ୍ରା ୪୦.୨ ଡିଗ୍ରୀ ରହିଥିବା ବେଳେ ସୁନ୍ଦରଗଡ଼ର ତାପମାତ୍ରା ୪୦ ଡିଗ୍ରୀ ରହିଥିଲା। ସୋନପୁରରେ ବି ତାପମାତ୍ରା ୪୦ ଡିଗ୍ରୀ ରହିଥିଲା। ତେବେ ସମ୍ବଲପୁରର ତାପମାତ୍ରା ୩୯.୮ ଡିଗ୍ରୀ ରହିଥିଲା।

ତାଳଚେର ଓ ଅନୁଗୋଳର ତାପମାତ୍ରା ଯଥାକ୍ରମେ ୩୮.୨ ଓ ୩୮.୯ ଡିଗ୍ରୀ ରହିଥିଲା।

ରାଜଧାନୀ ଭୁବନେଶ୍ୱରରେ ଆଜି ତାପାମାତ୍ରା ୩୭.୬ ଡିଗ୍ରୀ ରହିଥିବା ବେଳେ କଟକରେ ତାତି ୩୬ ଡିଗ୍ରୀ ରହିଥିଲା।

ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଉଚ୍ଚା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos