ଗଛରେ ପିଟି ହୋଇ ଜଳିଗଲା ବୋଲେରୋ

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ପଡ଼ିଆ ଶିଖପାଲ୍ଲୀ ମୁଖ୍ୟ ରାସ୍ତାର ମୋଟେରୁ ନିକଟରେ ଗଛରେ ପିଟି ହୋଇ ଜଳିଗଲା ବୋଲେରୋ। ବୋଲେରୋଟି ଭାରସାମ୍ୟ ହରାଇ ଗଛରେ ପିଟିହେବା ପରେ ଗାଡ଼ିରେ ହଠାତ୍ ନିଆଁ ଲାଗି ଯାଇଥିଲା। ଗୁରୁତର ଅବସ୍ଥାରେ ୪ ଜଣଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗାଡିଟି ପଡ଼ିଆରୁ ମାଲକାନଗିରି ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।