ବ୍ରହ୍ମପୁର:ସନ୍ତୋଷପୁର ଗାଁରେ ବୋମାମାଡ଼,ଦୁଇ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହୁମ୍ମା ନିକଟ ସନ୍ତୋଷପୁର ଗାଁରେ ସିରିଜ୍‌ ବୋମାମାଡ଼ ହୋଇଛି। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଗୁରୁତର ଜଣଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସନ୍ତୋଷ ରେଡ୍ଡି ନାମକ ଅନ୍ୟ ଜଣେ ଆହତଙ୍କୁ ସ୍ଥାନୀୟ ଖଣ୍ଡଦେଉଳି ମେଡିକାଲରେ ଭର୍ତ୍ତି କରାଯାଇଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ଘଟିଥିବା ସନ୍ଦେହ କରାଯାଉଛି। ରମ୍ଭା ପୋଲିସ୍‌ ଘଟଣାର ତଦନ୍ତ କରୁଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ସନ୍ତୋଷପୁର ଗାଁରେ ପୋଲିସ୍‌ ମୁତୟନ କରାଯାଇଛି।