ଦଳେଇପୁଟ ଗାଁରେ ପୁଣି ବୋମାମାଡ଼

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଳେଇପୁଟ ଗାଁରେ ଗତକାଲି ବିଳମ୍ବିତ ରାତିରେ ପୁଣି ଥରେ ବୋମାମାଡ଼ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ହୃନ୍ଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ଦୁଇଟି ବୋମା ଫିଙ୍ଗି ଫେରାର ହୋଇଯାଇଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି। ବୋମାମାଡ଼ରେ ହୃନ୍ଦାନନ୍ଦଙ୍କ ପରିବାର କେହି ଆହତ ହୋଇ ନଥିବା ବେଳେ ତାଙ୍କ ଘରର କାନ୍ଥ ନଷ୍ଟ ହୋଇଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ଏନେଇ ଥାନାରେ ଅଭିଯୋଗ […]

bom

bom

Tapaswini Nayak
  • Published: Tuesday, 18 August 2020
  • Updated: 18 August 2020, 08:59 AM IST

Sports

Latest News

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଳେଇପୁଟ ଗାଁରେ ଗତକାଲି ବିଳମ୍ବିତ ରାତିରେ ପୁଣି ଥରେ ବୋମାମାଡ଼ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ହୃନ୍ଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ଦୁଇଟି ବୋମା ଫିଙ୍ଗି ଫେରାର ହୋଇଯାଇଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି। ବୋମାମାଡ଼ରେ ହୃନ୍ଦାନନ୍ଦଙ୍କ ପରିବାର କେହି ଆହତ ହୋଇ ନଥିବା ବେଳେ ତାଙ୍କ ଘରର କାନ୍ଥ ନଷ୍ଟ ହୋଇଯାଇଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ଏନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଅଗଷ୍ଟ ୧୧ ତାରିଖରେ ହୃନ୍ଦାନନ୍ଦଙ୍କ ଘର ଉପରକୁ ବୋମାମାଡ ହୋଇଥିଲା। ଏଥିରେ ତାଙ୍କ ପରିବାରର ଜଣେ ଆହତ ହୋଇଥିଲେ। ଏନେଇ ହୃଦାନନ୍ଦ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିନାହିଁ। ବାରମ୍ବାର ତାଙ୍କ ଘର ଉପରେ ବୋମାମାଡ ହେଉଥିବାରୁ ହୃଦାନନ୍ଦଙ୍କ ପରିବାର ପୁଲିସ୍‌ଠାରୁ ସୁରକ୍ଷା ଚାହୁଁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos