ଦିଲ୍ଲୀ-ଭୁବନେଶ୍ୱର ବିମାନରେ ବୋମା ଆତଙ୍କ; ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରର ୨ଟି ବିମାନରେ ଗୁରୁବାର ବୋମା ଥିବା ନେଇ ଆତଙ୍କ ସୃଷ୍ଟି ହୋଇଛି। ଏହି ଦୁଇଟି ବିମାନ ମଧ୍ୟରୁ ଗୋଟିଏ ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ବେଳେ ଅନ୍ୟଟି ଦିଲ୍ଲୀରୁ କାଠମାଣ୍ଡୁ ଯାଉଥିଲା।  ବିମାନରେ ବୋମା ଥିବା ନେଇ ଜଣାପଡ଼ିବା ପରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇଛି। ସନ୍ଧାନୀ କୁକୁର ଓ ବମ୍ ସ୍କାଡ୍ ଯୋଗେ ବିମାନଟିକୁ ତନ୍ନତନ୍ନ ଯାଞ୍ଚ କରାଯାଉଛି।  ତେବେ ଏ ପର୍ଯ୍ୟନ୍ତ ବୋମାର କୌଣସି ସନ୍ଧାନ ମିଳିନାହିଁ। ଦିଲ୍ଲୀରୁ-ଭୁବନେଶ୍ୱର ଆସୁଥିବା ବିମାନରେ ଓଡ଼ିଶାର […]

bimana

bimana

Rakesh Mallick
  • Published: Thursday, 17 March 2016
  • Updated: 17 March 2016, 10:47 AM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରର ୨ଟି ବିମାନରେ ଗୁରୁବାର ବୋମା ଥିବା ନେଇ ଆତଙ୍କ ସୃଷ୍ଟି ହୋଇଛି। ଏହି ଦୁଇଟି ବିମାନ ମଧ୍ୟରୁ ଗୋଟିଏ ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ବେଳେ ଅନ୍ୟଟି ଦିଲ୍ଲୀରୁ କାଠମାଣ୍ଡୁ ଯାଉଥିଲା।  ବିମାନରେ ବୋମା ଥିବା ନେଇ ଜଣାପଡ଼ିବା ପରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇଛି। ସନ୍ଧାନୀ କୁକୁର ଓ ବମ୍ ସ୍କାଡ୍ ଯୋଗେ ବିମାନଟିକୁ ତନ୍ନତନ୍ନ ଯାଞ୍ଚ କରାଯାଉଛି।  ତେବେ ଏ ପର୍ଯ୍ୟନ୍ତ ବୋମାର କୌଣସି ସନ୍ଧାନ ମିଳିନାହିଁ।

ଦିଲ୍ଲୀରୁ-ଭୁବନେଶ୍ୱର ଆସୁଥିବା ବିମାନରେ ଓଡ଼ିଶାର ୫ ଜଣ ସାସଂଦ  ବୈଷ୍ଣବ ପରିଡ଼ା, ଭୂପିନ୍ଦର ସିଂ, ଲଡୁ କିଶୋର ସ୍ୱାଇଁ, ପ୍ରଭାସ ସିଂ ଓ କୁଳମଣି ସାମଲ ଆସୁଥିଲେ।

ସାଂସଦ ବୈଷ୍ଣବ ପରିଡ଼ା କହିଛନ୍ତି, “ଆମେ ବିମାନ ଭିତରକୁ ଯାଇ ନ ଥିଲୁ, ଅନ୍ୟ ଯାତ୍ରୀମାନେ ବିମାନରେ ଚଢ଼ି ସାରିଥିଲେ। ବୋମା ଖବର ଆସିଥିବା ପରେ ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇ ସନ୍ଧାନୀ କୁକୁର ଓ ବମ୍ ସ୍କ୍ୱାଡ୍ ଯୋଗେ ଯାଞ୍ଚ କରାଯାଇଥିଲା। ବଦଳ ବିମାନ ଏପର୍ଯ୍ୟନ୍ତ ଆସିନାହିଁ, ଯାତ୍ରୀମାନେ ବିମାନ ବନ୍ଦରରେ ଅପେକ୍ଷା କରିଛନ୍ତି।”

ଆଜି ୧୦ଟା ୪ ମିନିଟ୍‌ରେ ଦିଲ୍ଲୀ ପୋଲିସ୍ ଓ ବିମାନ ବନ୍ଦରକୁ ଏକ ଫୋନ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ଦିଲ୍ଲୀ-କାଠମାଣ୍ଡୁ ଓ ଦିଲ୍ଲୀ-ଭୁବନେଶ୍ୱର ବିମାନରେ ବୋମା ଥିବା କହିବା ପରେ ବିମାନ ଉଡ଼ାଣକୁ ବାତିଲ କରାଯାଇଥିଲା। ଦିଲ୍ଲୀ- କାଠମାଣ୍ଡୁ ବିମାନ ୧୧ଟା୩୦ ମିନିଟ୍‌ରେ ଉଡ଼ାଣ ଭରିବାର ଥିବା ବେଳେ ଦିଲ୍ଲୀରୁ ଭୁବନେଶ୍ୱର ୧୧ଟାରେ ଉଡ଼ାଣ ଭରିବାର ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos