ବଣାଇ: ଡମ୍ପର ଓଲଟି ୨ ମୃତ, ୨ ଗୁରୁତର

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ବରସୁଆଁ ନିକଟସ୍ଥ ଦମାଳୁଠାର ଏକ ଡମ୍ପର ଓଲଟି ପଡ଼ିବାରୁ ଚାଳକ ଓ ଖଲାସିଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ମହିଳା ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଚାଳକ ମନୁ ଦେହୁରୀ ଓ ଖଲାସି ବାବୁଲା ଦେହୁରୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛି।