ବଣାଇ: ଅଙ୍ଗରାପଡ଼ା ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ବନ ବିଭାଗ ଡିଭିଜନ୍‌ର ବାଙ୍କି ରେଞ୍ଜ ଅନ୍ତର୍ଗତ ଦର୍ଜି ପଞ୍ଚାୟତର ଅଙ୍ଗରାପଡ଼ା ନିକଟ ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି। କୀଟନାଶକ ଔଷଧ ସହିତ ୟୁରିଆ ସାର ଖାଇ ହାତୀଟିର ମୃତ୍ୟୁ ହୋଇଛି ବୋଲି କୁହାଯାଉଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଦୁଇ ତିନି ଦିନ ହେଲାଣି ପାଞ୍ଚ ଛଅଟି ହାତୀ ଗାଁକୁ ଆସି ଘରଦ୍ୱାର ଭାଙ୍ଗିବା ସହ ଜମିରେ ଧାନ ଫସଲ ନଷ୍ଟ କରୁଛନ୍ତି। ଗତକାଲି ରାତିରେ ବି ଏହି ହାତୀ […]

elephant

elephant

Rakesh Mallick
  • Published: Friday, 02 September 2016
  • Updated: 02 September 2016, 12:43 PM IST

Sports

Latest News

elephantବଣାଇ: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ବନ ବିଭାଗ ଡିଭିଜନ୍‌ର ବାଙ୍କି ରେଞ୍ଜ ଅନ୍ତର୍ଗତ ଦର୍ଜି ପଞ୍ଚାୟତର ଅଙ୍ଗରାପଡ଼ା ନିକଟ ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି। କୀଟନାଶକ ଔଷଧ ସହିତ ୟୁରିଆ ସାର ଖାଇ ହାତୀଟିର ମୃତ୍ୟୁ ହୋଇଛି ବୋଲି କୁହାଯାଉଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଦୁଇ ତିନି ଦିନ ହେଲାଣି ପାଞ୍ଚ ଛଅଟି ହାତୀ ଗାଁକୁ ଆସି ଘରଦ୍ୱାର ଭାଙ୍ଗିବା ସହ ଜମିରେ ଧାନ ଫସଲ ନଷ୍ଟ କରୁଛନ୍ତି। ଗତକାଲି ରାତିରେ ବି ଏହି ହାତୀ ପଲ ଗାଁକୁ ଆସିଥିଲେ ଓ ଜମିରେ ପଶି ଧାନ ଖାଇ ଥିଲେ। ତେବେ ମୃତ ହାତୀଟି ନିକଟସ୍ଥ ଏକ ଘରକୁ ଭାଙ୍ଗିବା ସହ ଘର ଭିତରେ ଥିବା ଚାଉଳ, ୟୁରିଆ ସାର ଓ କୀଟନାଶକ ଔଷଧ ଖାଇ ଦେଇଥିଲା। ଘରୁ ବାହାରି ଆସିବା ପରେ କିଛି ଦୂରରେ ସେ ଟଳି ପଡ଼ିଥିଲା। ଆଜି ଗାଁ ଲୋକେ ବନ ବିଭାଗକୁ ଏନେଇ ଖବର ଦେଇଥିଲେ। ୟୁରିଆ ସାର ଓ କୀଟନାଶକ ଔଷଧ ଖାଇ ହାତୀଟିର ମୃତ୍ୟୁ ହୋଇଥାଇପାରେ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos