ଟ୍ରକ୍ ଧକ୍କାରେ ପେଟ୍ରୋଲ୍ ପମ୍ପ୍ ମାଲିକ ମୃତ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଦର୍ଜିଂ ନିକଟରେ ୧୪୩ ଜାତୀୟ ରାଜପଥରେ ଏକ ଦଶ ଚକିଆ ଟ୍ରକ୍ ଧକ୍କାରେ ଜଣେ ପେଟ୍ରୋଲ୍ ପମ୍ପ୍ ମାଲିକଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ଲାଲ ମୋହନ ମାହାଲି।

ଲାଲ ମୋହନ ଆଜି ସକାଳ ପ୍ରାୟ ୮ଟା ବେଳେ ନିଜ ବାଇକ୍‌ରେ ପେଟ୍ରୋଲ୍ ପମ୍ପକୁ ଯାଉଥିବା ବେଳେ ରାଉରକେଲାକୁ ଯାଉଥିବା ଏହି ଦଶ ଚକିଆ ଆଇରନ୍ ବୋଝେଇ ଟ୍ରକ୍‌ଟି ତାଙ୍କୁ ଧକ୍କା ଦେଇଥିଲା। ଟ୍ରକ୍‌ ଧକ୍କାରେ ତାଙ୍କ ବାଇକ୍‌ଟି ଚୂରମାର ହୋଇଯାଇଥିବା ବେଳେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କିଛି ସମୟ ଧରି ରାସ୍ତାରୋକ କରିଥିଲେ।

ପୋଲିସ୍ ଟ୍ରକ୍‌ଟିକୁ ଜବତ କରିଥିବା ବେଳେ ଡ୍ରାଇଭରକୁ ଅଟକ ରଖିଛି।