ବିଜେଡି ଅକ୍ତିଆରରେ ବୌଦ୍ଧ ଜିଲ୍ଲା ପରିଷଦ

ବୌଦ୍ଧ: ବିଜେଡି ବୌଦ୍ଧ ଜିଲ୍ଲା ପରିଷଦ ଅକ୍ତିଆର କରିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ୯ଟି ଜୋନ୍‌ ବିଶିଷ୍ଟ ବୌଦ୍ଧ ଜିଲ୍ଲାରେ ୨ଟି ପର୍ଯ୍ୟାୟ ନିର୍ବାଚନ ଶେଷ ସୁଦ୍ଧା ୬ଟି ଜୋନ୍‌ରୁ ବିଜେଡି ୫ଟି ଜିତିଛି।

ଆଜି ହୋଇଥିବା ୩ଟି ଜୋନ୍‌ର ନିର୍ବାଚନରେ ବିଜେଡି ୨ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ହାତକୁ ଗୋଟିଏ ଜୋନ୍‌ ଯାଇଛି। ପ୍ରଥମ ପର୍ଯ୍ୟାୟରେ ହୋଇଥିବା ୩ଟି ଜୋନ୍‌ ନିର୍ବାଚନରେ ବିଜେଡି କ୍ଲିନ ସୁଇପ୍‌ କରିଥିଲା।

ଆସନ୍ତା ୧୭ ତାରିଖରେ ହରଭଙ୍ଗା ବ୍ଲକର ବାକି ୩ଟି ଜୋନ୍‌ରେ ମତଦାନ କରାଯିବ।