ଗଣେଶ ମୂର୍ତ୍ତି ବିସର୍ଜନ କରୁ କରୁ ଭାସିଗଲେ ନାବାଳକ

ଜଳେଶ୍ୱର(ଅଜିତ ଦାସ): ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ଭାସିଗଲେ ନାବାଳକ। ଏପରି ଦୁଃଖଦ ଘଟଣା ଆଜି  ବାଲେଶ୍ଵର ଜିଲ୍ଲା ରାଜଘାଟଠାରେ ଥିବା ବାରୁଣୀ ମନ୍ଦିର ସୁବର୍ଣ୍ଣରେଖା ନଦୀ ଘାଟ ଠାରେ ଘଟିଛି। ନିଖୋଜ ଛାତ୍ରଜଣକ ହେଲେ ରାମଚନ୍ଦ୍ରପୁର ଗ୍ରାମର ଗୁରୁପ୍ରସାଦ ସାମଲ । ଗୁରୁ ପ୍ରସାଦ ଆଜି ନିଜ ସାହି ପିଲାଙ୍କ ସହ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ସୁବର୍ଣ୍ଣରେଖା ନଦୀକୁ ଯାଇଥିଲେ। ଅନ୍ୟ ପିଲାମାନେ ଉପରେ ଥିବା ବେଳେ ଗୁରୁ ପ୍ରସାଦଙ୍କ ସମେତ ୩ […]

drown case

drown case

Niharika Rout
  • Published: Sunday, 12 September 2021
  • Updated: 12 September 2021, 02:36 PM IST

Sports

Latest News

ଜଳେଶ୍ୱର(ଅଜିତ ଦାସ): ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ଭାସିଗଲେ ନାବାଳକ। ଏପରି ଦୁଃଖଦ ଘଟଣା ଆଜି  ବାଲେଶ୍ଵର ଜିଲ୍ଲା ରାଜଘାଟଠାରେ ଥିବା ବାରୁଣୀ ମନ୍ଦିର ସୁବର୍ଣ୍ଣରେଖା ନଦୀ ଘାଟ ଠାରେ ଘଟିଛି। ନିଖୋଜ ଛାତ୍ରଜଣକ ହେଲେ ରାମଚନ୍ଦ୍ରପୁର ଗ୍ରାମର ଗୁରୁପ୍ରସାଦ ସାମଲ ।

ଗୁରୁ ପ୍ରସାଦ ଆଜି ନିଜ ସାହି ପିଲାଙ୍କ ସହ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ସୁବର୍ଣ୍ଣରେଖା ନଦୀକୁ ଯାଇଥିଲେ। ଅନ୍ୟ ପିଲାମାନେ ଉପରେ ଥିବା ବେଳେ ଗୁରୁ ପ୍ରସାଦଙ୍କ ସମେତ ୩ ଜଣ ପାଣିକୁ ଓହ୍ଲାଇଥିଲେ। ମୂର୍ତ୍ତି ବିସର୍ଜନ କରୁ କରୁ ସମସ୍ତଙ୍କ ଗୋଡ଼ ଖସି ଯାଇଥିଲା। ହେଲେ ଅନ୍ୟ ୨ ଜଣ ପହିଁରି ପଳାଇ ଆସିଥିବା ବେଳେ ଗୁରୁ ପ୍ରସାଦ ପାଣିରେ ବୁଡ଼ି ଯାଇଥିଲେ।

ଖବର ପାଇ ଜଳେଶ୍ୱର ଅଗ୍ନିଶମ ବିଭାଗ ପହଞ୍ଚି ଖୋଜା ଖୋଜି କରୁଛନ୍ତି । ହେଲେ ୨ ଘଣ୍ଟା ପରେ ବି ଗୁରୁପ୍ରସାଦଙ୍କ ପତ୍ତା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos