ମାଷ୍ଟର କ୍ୟାଣ୍ଟିନରେ ବିପିୟୁଟି ଛାତ୍ର ସଂଘର ବିଶୃଙ୍ଖଳା ଘଟଣା: ତଦନ୍ତ କରିବ କମିଶନରେଟ୍ ପୋଲିସ୍, ବିଜୁ ଛାତ୍ର ଜନତା ଦଳର ୨ ନେତା ବହିଷ୍କୃତ

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବିପିୟୁଟି ଛାତ୍ର ସଂଘ ଦ୍ୱାରା ଗତକାଲି ରାତିରେ କରାଯାଇଥିବା ରାସ୍ତାରୋକ ଓ ଯାତ୍ରୀଙ୍କୁ ହଇରାଣ ଘଟଣାର ତଦନ୍ତ କରିବ କମିଶନରେଟ୍ ପୋଲିସ । ଏ ନେଇ ଏକ ମାମଲା ରୁଜୁ ହୋଇ ତଦନ୍ତ କରାଯିବ ବୋଲି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି । ଗତକାଲି ବିପିୟୁଟି କୁଳପତିଙ୍କୁ ଅଣ୍ଡା ଓ ଟମାଟୋମାଡ଼ ଘଟଣା ପ୍ରତିବାଦରେ ଓଡ଼ିଶା ବିପିୟୁଟି ଛାତ୍ର ସଂଘ ପକ୍ଷରୁ  ମାଷ୍ଟର କ୍ୟାଣ୍ଟିନ୍ ଠାରେ ରାସ୍ତାରୋକ ସହ […]

bput student

bput student

Rakesh Mallick
  • Published: Monday, 28 December 2015
  • Updated: 28 December 2015, 04:40 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବିପିୟୁଟି ଛାତ୍ର ସଂଘ ଦ୍ୱାରା ଗତକାଲି ରାତିରେ କରାଯାଇଥିବା ରାସ୍ତାରୋକ ଓ ଯାତ୍ରୀଙ୍କୁ ହଇରାଣ ଘଟଣାର ତଦନ୍ତ କରିବ କମିଶନରେଟ୍ ପୋଲିସ । ଏ ନେଇ ଏକ ମାମଲା ରୁଜୁ ହୋଇ ତଦନ୍ତ କରାଯିବ ବୋଲି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି । ଗତକାଲି ବିପିୟୁଟି କୁଳପତିଙ୍କୁ ଅଣ୍ଡା ଓ ଟମାଟୋମାଡ଼ ଘଟଣା ପ୍ରତିବାଦରେ ଓଡ଼ିଶା ବିପିୟୁଟି ଛାତ୍ର ସଂଘ ପକ୍ଷରୁ  ମାଷ୍ଟର କ୍ୟାଣ୍ଟିନ୍ ଠାରେ ରାସ୍ତାରୋକ ସହ ବିକ୍ଷୋଭ କରାଯାଇଥିଲା । ଏହି ସମୟରେ କେତେକ ଛାତ୍ର  ରାସ୍ତାରେ ଯାଉଥିବା କିଛି ଯାତ୍ରୀଙ୍କୁ ହଇରାଣ କରିଥିବା ନେଇ ଅଭିଯୋଗ ହୋଇଥିଲା।

ଅନ୍ୟପକ୍ଷରେ ବିଜୁ ଛାତ୍ର ଜନତା ଦଳର ଦୁଇ ଜଣ ନେତାଙ୍କୁ ବହିଷ୍କୃତ କରାଯାଇଛି । ସେମାନେ ହେଲେ ଆଦ୍ୟପ୍ରାଣ ସୁବୁଦ୍ଧି ଓ ପାର୍ଥସାରଥୀ ମୁଦୁଲି । ଗତକାଲିର ବିପୁୟୁଟି ଛାତ୍ର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନରେ କରାଯାଉଥିବା ବିକ୍ଷୋଭ ବେଳେ ଏହି ଦୁଇ ଛାତ୍ର ନେତା ସମ୍ପୃକ୍ତ ଥିଲେ ବୋଲି ଜଣାପଡିଛି। ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ କହିଛନ୍ତି ଯେ ଏ ଦୁଇ ଜଣ ଦଳ ଭିତରେ ମଧ୍ୟ ବିଭିନ୍ନ ସମୟରେ ବିଶୃଙ୍ଖଳା ସୃଷ୍ଟି କରୁଥିଲେ। ଗତକାଲି ରାତିରେ ଯେଭଳି ଭାବେ ସେମାନେ ବିଶୃଙ୍ଖଳା କଲେ ସେହି ଦୃଷ୍ଟିରୁ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସେମାନଙ୍କୁ ବହିଷ୍କାର କରାଯାଇଛି।

ଅନ୍ୟପକ୍ଷରେ ପୂରା ଘଟଣାରେ ବୈଷୟିକ ଶିକ୍ଷା, ନିୟୋଜନ ଓ ତାଲିମ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ବିପିୟୁଟି କୂଳପତି ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଛି ଛାତ୍ର କଂଗ୍ରେସ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବିଭିପି ପକ୍ଷରୁ ମଧ୍ୟ ଘଟଣାର ପ୍ରତିବାଦରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ରାସ୍ତାରୋକ କରାଯାଇଥିଲା। କୁଳପତିଙ୍କୁ ଅଣ୍ଡାମାଡ କରିଥିବା ଓ ମାଷ୍ଟରକ୍ୟାଣ୍ଟିନ ଛକରେ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଛାତ୍ରଙ୍କୁ ଗିରଫ ପାଇଁ ଦାବି କରିଛି ଏବିଭିପି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos