ବିଭିନ୍ନ ଦାବି ନେଇ ବିପିୟୁଟି ଓ ଡିପ୍ଲୋମା କଲେଜ ବନ୍ଦ
ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଅଲ୍ ଓଡ଼ିଶା ଡିପ୍ଲୋମା ଛାତ୍ର ସଂଗଠନ ଏବଂ ଅଲ୍ ଓଡ଼ିଶା ବିପୁୟୁଟି ସଂଗଠନ ପକ୍ଷରୁ ଆଜି ବିପିୟୁଟି ଓ ଡିପ୍ଲୋମା କଲେଜ ବନ୍ଦ ଡାକରା ଦିଆଯାଇଛି। ଭୁବନେଶ୍ୱରରେ ବିପିୟୁଟିର କ୍ୟାମ୍ପ୍ ଅଫିସ୍ ସ୍ଥାପନ ସହ ଡିପ୍ଲୋମା ପାଇଁ ସ୍ୱତନ୍ତ୍ର ପରୀକ୍ଷା କରିବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ ଛାତ୍ରଛାତ୍ରୀ।
ଭୁବନେଶ୍ୱରରେ ବିଭିନ୍ନ ଛକରେ ଆନ୍ଦୋଳନକାରୀ ଛାତ୍ରମାନେ କଲେଜ୍ ବସ୍ ଗୁଡ଼ିକ ଅଟାକାଇଥିଲେ।ଏଥିସହ କିଛି ସ୍ଥାନରେ ବସ୍ ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଲେଜ୍ ବସ୍ ସେବା ବନ୍ଦ ରଖିବାକୁ ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।