ବରଗଡ଼: ପିକ୍‌ଅପ୍ ଭ୍ୟାନ୍-ବାଇକ୍ ମୁହାଁମୁହିଁ ଧକ୍କା, ୪ ମୃତ, ଜଣେ ଗୁରୁତର

ବରଗଡ଼: ବରଗଡ଼ ଜିଲ୍ଲା ବରପାଲି-ବଲାଙ୍ଗିର ରାସ୍ତାର ବୈଜାପଦରରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଭ୍ୟାନ୍ ଡ୍ରାଇଭରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ବରପାଲି-ବଲାଙ୍ଗିର ରାସ୍ତା ଅବରୋଧ କରିଥିଲେ। ବରଗଡ଼ ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ରାସ୍ତାରୋକ ଯୋଗୁଁ ବରଗଡ଼-ବଲାଙ୍ଗିର ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା। ଏହି […]

bargarh-accident

bargarh-accident

Rakesh Mallick
  • Published: Friday, 01 April 2016
  • Updated: 02 April 2016, 01:59 AM IST

Sports

Latest News

bragrah accidentବରଗଡ଼: ବରଗଡ଼ ଜିଲ୍ଲା ବରପାଲି-ବଲାଙ୍ଗିର ରାସ୍ତାର ବୈଜାପଦରରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଭ୍ୟାନ୍ ଡ୍ରାଇଭରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ବରପାଲି-ବଲାଙ୍ଗିର ରାସ୍ତା ଅବରୋଧ କରିଥିଲେ। ବରଗଡ଼ ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।

ରାସ୍ତାରୋକ ଯୋଗୁଁ ବରଗଡ଼-ବଲାଙ୍ଗିର ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା।

ଏହି ଦୁର୍ଘଟଣାର ମୃତକମାନେ ହେଲେ ସୁଧୀର ଭୋଇ, ସୁବୋଧ ସେଠ୍, ଉତ୍ତର ବଢ଼େଇ ଓ ସୁସାଗର ମେହେର।

ମିଳିଥିବା ସୂଚନା ଅନୁଯାୟୀ, ବରଗଡ଼ ନିକଟସ୍ଥ ପ୍ରଧାନପାଲି ଗାଁର ଯୁବକ ସୁଧୀର, ସୁବୋଧ ଓ ଉତ୍ତର ଏକ ବାଇକ୍ ଯୋଗେ ବିଜେପୁର ବ୍ଲକ୍ ସାଧୁପାଲି ଗାଁରେ ଏକ ବାହାଘରରେ ଯୋଗ ଦେବାକୁ ଯାଉଥିଲେ। ତେବେ ବରଗଡ଼-ବଲାଙ୍ଗିର ରାସ୍ତାର ବୈଜାପଦରଠାରେ ଅପର ପାର୍ଶ୍ୱରୁ ଆସୁଥିବା ଏକ ପିକ୍‌ଅପ୍ ଭ୍ୟାନ୍‌ ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ପିକ୍‌ଅପ୍‌ ଭ୍ୟାନ୍‌ଟି ସେମାନଙ୍କୁ ଧକ୍କା ଦେବା ପରେ ଏକ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ତିନି ବାଇକ୍ ଆରୋହୀଙ୍କ ସହିତ ପିକ୍‌ଅପ୍ ଭ୍ୟାନ୍‌ରେ ବସିଥିବା ବୃଦ୍ଧ ସୁସାଗର ମେହେରଙ୍କର ମୃତ୍ୟୁ ଘଟିଥିଲା।

ପିକ୍‌ଅପ୍‌ ଭ୍ୟାନ୍‌ର ଡ୍ରାଇଭର ଭୁତୁଲୁ ଭୋସାଗରଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବରପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବରଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ବରପାଲି ଥାନା ଆଇଆଇସି ବୈଦ୍ୟନାଥ ଖଡ଼ିରତ୍ନ କହିଛନ୍ତି,“ଦୁର୍ଘଟଣା ସଂପର୍କରେ ଖବର ପାଇବା ମାତ୍ରେ ଆମେ ଘଟଣାସ୍ଥଳରେ ପହଞ୍ଚି ଥିଲୁ।  ଚାରି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଆଉ ଜଣେ ଗୁରୁତର ହୋଇପଡ଼ିଥିଲା। ତାକୁ ଆମେ ପୋଲିସ୍ ଭ୍ୟାନ୍‌ରେ ସଙ୍ଗେ ସଙ୍ଗେ ଡାକ୍ତରଖାନା ପଠାଇ ଦେଇଥିଲୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos