ବ୍ରହ୍ମଗିରି ବିଧାନସଭା ନିର୍ବାଚନୀ ମାମଲା: ଲୁଲୁଙ୍କ ସ୍ଥାନରେ ବେବି ମାମଲା ଲଢ଼ିବେ

କଟକ: ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ପୁରୀ ଜିଲ୍ଲା ବ୍ରହ୍ମଗିରି ବିଧାନସଭା ନିର୍ବାଚନୀ ମାମଲାରେ ପକ୍ଷଭୁତ ହେବାକୁ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ସାନ ଭାଇ ଲଳିତେନ୍ଦୁ ବିଦ୍ୟାଧର ଓରଫ ବେବି ଆବେଦନ କରିଛନ୍ତି। ଭାରତୀୟ ଜନପ୍ରତିନିଧି ଆଇନ୍‌ର ଧାରା ୧୧୨ ଅନୁଯାୟୀ ଆବେଦନକାରୀ ସ୍ୱର୍ଗତ ଲୁଲୁଙ୍କ ସ୍ଥାନରେ ମାମଲା ପରିଚାଳନା ପାଇଁ ଅନୁମତି ଦେବାକୁ ବେବି ହାଇକୋର୍ଟରେ ଆବେଦନ କରିଛନ୍ତି। ଜନପ୍ରତିନିଧି ଆଇନ୍‌ ଅନୁଯାୟୀ ନିର୍ବାଚନୀ ମାମଲାରେ ଯେକୌଣସି ଭୋଟର ଆବେଦନକାରୀଙ୍କ ମୃତ୍ୟୁ ପରେ ପକ୍ଷଭୁତ ହୋଇପାରିବେ […]

lulu

lulu

Rakesh Mallick
  • Published: Monday, 21 November 2016
  • Updated: 21 November 2016, 06:46 PM IST

Sports

Latest News

କଟକ: ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ପୁରୀ ଜିଲ୍ଲା ବ୍ରହ୍ମଗିରି ବିଧାନସଭା ନିର୍ବାଚନୀ ମାମଲାରେ ପକ୍ଷଭୁତ ହେବାକୁ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ସାନ ଭାଇ ଲଳିତେନ୍ଦୁ ବିଦ୍ୟାଧର ଓରଫ ବେବି ଆବେଦନ କରିଛନ୍ତି। ଭାରତୀୟ ଜନପ୍ରତିନିଧି ଆଇନ୍‌ର ଧାରା ୧୧୨ ଅନୁଯାୟୀ ଆବେଦନକାରୀ ସ୍ୱର୍ଗତ ଲୁଲୁଙ୍କ ସ୍ଥାନରେ ମାମଲା ପରିଚାଳନା ପାଇଁ ଅନୁମତି ଦେବାକୁ ବେବି ହାଇକୋର୍ଟରେ ଆବେଦନ କରିଛନ୍ତି।

ଜନପ୍ରତିନିଧି ଆଇନ୍‌ ଅନୁଯାୟୀ ନିର୍ବାଚନୀ ମାମଲାରେ ଯେକୌଣସି ଭୋଟର ଆବେଦନକାରୀଙ୍କ ମୃତ୍ୟୁ ପରେ ପକ୍ଷଭୁତ ହୋଇପାରିବେ ବୋଲି ବେବି ଆବେଦନରେ ଜଣାଇଛନ୍ତି।

ଗତ ୬ ତାରିଖରେ ଲିଭର ସିରୋସିସ୍‌ ରୋଗରେ ପୀଡିତ ହୋଇ ଲୁଲୁ ମହାପାତ୍ର ଗୁରୁଗାଓଁ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ।

୨୦୧୪ ବିଧାନସଭା ନିର୍ବାଚନରେ ବ୍ରହ୍ମଗିରି ଆସନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ପରାଜିତ ପ୍ରାର୍ଥୀ ଲୁଲୁ ମହାପାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos