ମୃତଦେହକୁ ଛାଡ଼ି ପଳାଇଲା ଆମ୍ୱୁଲାନ୍ସ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ବ୍ରହ୍ମଗିରି: ମୃତଦେହ ନେବାକୁ ଆମ୍ୱୁଲାନ୍ସ ମନା କରିବାରୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଚାରି ଛକରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କୃଷ୍ଣପ୍ରସାଦ ବ୍ଲକ୍‌ ଚାରିଛକରେ  ରାସ୍ତା ଅବରୋଧ କରିଛନ୍ତି।

କୃଷ୍ଣପ୍ରସାଦ ବ୍ଲକ୍‌  ଟୁବୁକା ଗାଁର ୪ ବର୍ଷର ରୁଦ୍ର ନାଏକଙ୍କୁ  ଗୁରୁତର ଅବସ୍ଥାରେ ଗତକାଲି  ଛତ୍ରପୁର ଡାକ୍ତରଖାନାକୁ  ନିଆଯାଇଥିଲା। ତେବେ ରାସ୍ତାରେ ହିଁ ରୁଦ୍ରଙ୍କ ମୃତ୍ୟୁ ଘଟିଥିଲା। ଘରକୁ ଫେରାଇ ନେବା ଲାଗି ରୁଦ୍ରଙ୍କ ବାପା ଆମ୍ୱୁଲାନ୍ସ ଡ୍ରାଇଭରଙ୍କୁ  ଅନୁରୋଧ କରିଥିଲେ। ମୃତଦେହ ନେବାକୁ ଡ୍ରାଇଭର ମନା କରିଦେବା ସହ ରାତିରେ ସେମାନଙ୍କୁ ରାସ୍ତାରେ ଛାଡ଼ି ପଳାଇଥିବା ଅଭିଯୋଗ ହୋଇଛି।

ଶିଶୁର ବାପା ମୃତଦେହକୁ  ଧରି ଚାଲି ଚାଲି ଗାଁକୁ ଫେରିବା ପରେ ଉତ୍ତେଜନା ଦେଖାଦେଇଛି।