ବ୍ରହ୍ମଗିରି: ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ଉତ୍ତେଜନା

ବ୍ରହ୍ମଗିରି: ରାସ୍ତା ତାଡ଼ିବାକୁ ନେଇ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ର ସିପକୁଦା ଓ ବାଘମୁଣ୍ଡା ଗାଁ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଗତକାଲି ବିଳମ୍ୱିତ ରାତିରେ ସିପକୁଦାକୁ ସଂଯୋଗ କରୁଥିବା ରାସ୍ତାକୁ କେହି ଦୁର୍ବୃତ୍ତ ତାଡ଼ି ଦେଇଛି। ଫଳରେ ଯାନବାହାନ ଚଳାଚଳରେ ବ୍ୟାଘାତ ହୋଇଛି।

ଦୀର୍ଘଦିନ ହେବ ଏହି ଦୁଇ ଗାଁ ମଧ୍ୟରେ ସରକାରୀ ଜମିକୁ କେନ୍ଦ୍ର କରି ସୀମା ବିବାଦ ଲାଗି ରହିଛି।

ସିପକୁଦା ଗାଁ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଛି। ସାତପଡ଼ା ଫାଣ୍ଡି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।