ଚେଙ୍କ ଖାଇ ଚିକିତ୍ସାଧୀନ ଥିବା ୮ ମାସ ଶିଶୁପୁତ୍ରର ମୃତ୍ୟୁ

ବ୍ରହ୍ମପୁର: ଚେଙ୍କ ଖାଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣେ ୮ ମାସର ଶିଶୁପୁତ୍ରର ଆଜି ମୃତ୍ୟୁ ଘଟିଛି। ମୃତ ଶିଶୁ ପୁତ୍ରର ନାଁ ମଙ୍ଗୁଳୁ। ତା’ ଘର କନ୍ଧମାଳ ଜିଲ୍ଲା ବାରଖମା ଅନ୍ତର୍ଗତ ତୋଟା ସାହିରେ। ତା’ ବାପାଙ୍କ ନାଁ ନବୀନ ଦିଗାଲ।

ପେଟ ରୋଗକୁ ନେଇ ଗତ ୧୦ ତାରିଖରେ ନରେନ୍ଦ୍ର ତାଙ୍କ ଦୁଇ ଯାଆଁଳା ପୁଅଝିଅଙ୍କୁ ଜଣେ ମହିଳା ଚେଙ୍କ ଦେଇଥିଲେ। ତେବେ ୧୧ ତାରିଖ ସକାଳେଳ ଶିଶୁ କନ୍ୟାଟିର ମୃତ୍ୟୁ ଘଟିଥିଲା। ଗୁରୁତର ଭାବେ ଆହତ ଶିଶୁ ପୁତ୍ରଟିକୁ ପ୍ରଥମେ ବାଲିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା।