ବ୍ରହ୍ମପୁର: ଥାଲାସେମିଆ ଆକ୍ରାନ୍ତ ଶିଶୁ ଏଚ୍‌ଆଇଭିରେ ସଂକ୍ରମିତ ହେବା ଘଟଣାର ତଦନ୍ତ ଆରମ୍ଭ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ମେଡିକାଲ ରକ୍ତ ଭଣ୍ଡାରରୁ ରକ୍ତ ନେଇ ଥାଲାସେମିଆ ରୋଗରେ ଆକ୍ରାନ୍ତ ଏକ ଶିଶୁ ଏଚ୍‌ଆଇଭିରେ ସଂକ୍ରମିତ ହେବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆଜି ଏକ ୫ ଜଣିଆ ଟିମ୍‌ ଏମ୍‌କେସିଜି ମେଡିକାଲ ରକ୍ତଭଣ୍ଡାରକୁ ଯାଇଁ ତଦନ୍ତ ଆରମ୍ଭ କରିଛି। ଶିଶୁର ମାଆ ଓ ବାପା କେହି ଏଚ୍‌ଆଇଭି ସଂକ୍ରମିତ ହୋଇ ନ ଥିବା ବେଳେ ଶିଶୁଟି କେମିତି ସଂକ୍ରମିତ ହେଲା ତାକୁ ନେଇ ଏବେ ତଦନ୍ତ […]

imkcg

imkcg

Rakesh Mallick
  • Published: Tuesday, 30 August 2016
  • Updated: 30 August 2016, 09:46 PM IST

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ମେଡିକାଲ ରକ୍ତ ଭଣ୍ଡାରରୁ ରକ୍ତ ନେଇ ଥାଲାସେମିଆ ରୋଗରେ ଆକ୍ରାନ୍ତ ଏକ ଶିଶୁ ଏଚ୍‌ଆଇଭିରେ ସଂକ୍ରମିତ ହେବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆଜି ଏକ ୫ ଜଣିଆ ଟିମ୍‌ ଏମ୍‌କେସିଜି ମେଡିକାଲ ରକ୍ତଭଣ୍ଡାରକୁ ଯାଇଁ ତଦନ୍ତ ଆରମ୍ଭ କରିଛି।

ଶିଶୁର ମାଆ ଓ ବାପା କେହି ଏଚ୍‌ଆଇଭି ସଂକ୍ରମିତ ହୋଇ ନ ଥିବା ବେଳେ ଶିଶୁଟି କେମିତି ସଂକ୍ରମିତ ହେଲା ତାକୁ ନେଇ ଏବେ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ଟିମ୍‌ର ନଜର ଏବେ ଏମ୍‌କେସିଜି ମେଡିକାଲ ଉପରେ ରହିଛି।

ଶିଶୁର ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଶିଶୁଟି ଥାଲାସେମିଆ ରୋଗରେ ଆକ୍ରାନ୍ତ ଥିଲା। ଏମ୍‌କେସିଜି ରକ୍ତଭଣ୍ଡାରରୁ ଶିଶୁକୁ ୬୮ ୟୁନିଟ୍‌ ରକ୍ତ ଦିଆଯାଇଛି। ସମସ୍ତ ରକ୍ତ ପ୍ୟାକେଟ୍‌ର ଏଲିସା ଟେଷ୍ଟ ମଧ୍ୟ କରାଯାଇଛି। ଏପରି ସ୍ଥିତିରେ ପିଲାଟି ଏଚ୍‌ଆଇଭି ସଂକ୍ରମିତ କେମିତି ହେଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତଦନ୍ତକାରୀ ଦଳର ମୁଖ୍ୟ ଓ ବ୍ରହ୍ମପୁର ସିଟି ହସ୍ପିଟାଲ ଏଡିଏମ୍‌ଓ ସରୋଜ ମିଶ୍ର କହିଛନ୍ତି, “ଶିଶୁ ପାଇଁ ଯାଇଥିବା ସମସ୍ତ ରକ୍ତର ଡୋନରଙ୍କ ଠିକଣା ସଂଗ୍ରହ କରାଯାଇ ସେମାନଙ୍କ ଡାକ୍ତରୀ ପରୀକ୍ଷା କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଯଦି କେହି ଡୋନର ଏଚ୍‌ଆଇଭି ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବେ ତାଙ୍କ ପାଖରୁ କେଉଁ ପରିସ୍ଥିତିରେ ରକ୍ତ ସଂଗ୍ରହ କରାଗଲା ତାହାର ଯାଞ୍ଚ କରାଯିବ।”

ଏମ୍‌କେସିଜିର ଭାରପ୍ରାପ୍ତ ବ୍ଲଡ ବ୍ୟାଙ୍କ ଅଧିକାରୀ ପ୍ରଭାତୀ ଦାସ କହିଛନ୍ତି, “ତାଙ୍କୁ ଯେତେ ରକ୍ତ ଦିଆଯାଇଛି ସବୁର ଏଲିସା ଟେଷ୍ଟ କରାଯାଇଛି। ସବୁ ରକ୍ତ ୟୁନିଟ୍‌ ଏଚ୍‌ଆଇଭି ନେଗେଟିଭ୍‌ ଥିଲା।”

ପୁଅର ଏପରି ସ୍ଥିତି ପାଇଁ ତା’ର ବାପା ମାଆ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ପୀଡିତ ଶିଶୁର ବାପା କହିଛନ୍ତି, “୪ ବର୍ଷ ହେଲା ଆମେ ଏଠାରେ ପୁଅକୁ ନିୟମିତ ରକ୍ତ ଦେଉଛୁ। ଗତମାସ ପରୀକ୍ଷାରୁ ସେ ଏଚ୍‌ଆଇଭିରେ ପୀଡିତ ଥିବା ଜଣାପଡିଛି। ସେ ଏବେ ବଞ୍ଚି କି ମଧ୍ୟ ମରିବା ସହ ସମାନ। ତାକୁ ହତ୍ୟା କରାଯାଇଛି। ଜଣେ ମରିଗଲେ କିଛିଦିନ ପରେ ଲୋକେ ତାକୁ ଭୁଲିଯିବେ। ହେଲେ ଆମ ପୁଅ ଆମ ଆଗରେ ଥାଇ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛି।”

କେବଳ ଏହି ଗୋଟିଏ ଘଟଣା ନୁହେଁ ପୂର୍ବରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନା ରକ୍ତଭଣ୍ଡାରରୁ ରକ୍ତ ନେଇ ଜଣେ ଶିଶୁ ଏଚ୍‌ଆଇଭିରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଥିଲା। ଗତ ଜୁନ୍‌ ମାସରେ ବୁର୍ଲା ବଡ଼ ମେଡିକାଲରେ ବି ଦୁଇ ଜଣ ରୋଗୀଙ୍କୁ ଏଚ୍‌ଆଇଭି ସଂକ୍ରମିତ ରକ୍ତ ଦିଆଯାଇଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story