ଅନ୍ୟମାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବଳି ଚଢାଇ ଦେଲେ ଏହି ପୋଲିସ ଅଧିକାରୀ  

ନୂଆଦିଲ୍ଲୀ: ଅନ୍ୟମାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇ ଦେଲେ। ଶତ୍ରୁ ହାତରେ ନିଜ ଜୀବନକୁ ବଳି ପକାଇଦେଲେ। ଆତ୍ମଘାତୀ ବିସ୍ଫୋରଣ ପାଇଁ ଆସିଥିବା ଜଣେ ଆତତାୟୀଙ୍କୁ ନିଜ କବ୍ଜାକୁ ନେଇ ଅନେକ ଜୀବନ ରକ୍ଷା କରିଦେଇଥିବା ସେହି ସାହସୀ ଯୁବକ ଜଣକ ହେଉଛନ୍ତି କାବୁଲର ଜଣେ ପୋଲିସ ଅଫିସର ସୟଦ୍‌ ବଚ୍ଚାମ  ପାଚ୍ଚା। ଆଫଗାନର ରାଜଧାନୀ କାବୁଲରେ  ଜଣେ ସନ୍ଦିଗ୍ଧ ଆତ୍ମଘାତୀ ବିସ୍ଫୋରଣ ପାଇଁ ଆସିଥିବା ବେଳେ ପୋଲିସ ଅଫିସର ସୟଦ୍‌ଙ୍କ ନଜରରେ […]

p-33

p-33

Rakesh Mallick
  • Published: Sunday, 19 November 2017
  • Updated: 19 November 2017, 06:11 AM IST

Sports

Latest News

ନୂଆଦିଲ୍ଲୀ: ଅନ୍ୟମାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇ ଦେଲେ। ଶତ୍ରୁ ହାତରେ ନିଜ ଜୀବନକୁ ବଳି ପକାଇଦେଲେ। ଆତ୍ମଘାତୀ ବିସ୍ଫୋରଣ ପାଇଁ ଆସିଥିବା ଜଣେ ଆତତାୟୀଙ୍କୁ ନିଜ କବ୍ଜାକୁ ନେଇ ଅନେକ ଜୀବନ ରକ୍ଷା କରିଦେଇଥିବା ସେହି ସାହସୀ ଯୁବକ ଜଣକ ହେଉଛନ୍ତି କାବୁଲର ଜଣେ ପୋଲିସ ଅଫିସର ସୟଦ୍‌ ବଚ୍ଚାମ  ପାଚ୍ଚା। ଆଫଗାନର ରାଜଧାନୀ କାବୁଲରେ  ଜଣେ ସନ୍ଦିଗ୍ଧ ଆତ୍ମଘାତୀ ବିସ୍ଫୋରଣ ପାଇଁ ଆସିଥିବା ବେଳେ ପୋଲିସ ଅଫିସର ସୟଦ୍‌ଙ୍କ ନଜରରେ ପଡ଼ିଥିଲେ।

ଆଉ ତାଙ୍କ ସହ ମୁହାଁମୁହିଁ ହୋଇ ପରିସ୍ଥିତି ଭୟଙ୍କର ହୋଇଥିଲା। ଏହି ସମୟରେ ପୋଲିସ ଅଫିସର ସୟଦ୍‌ ସମ୍ପୃକ୍ତ ସନ୍ଦିଗଧ୍‌ ଆତଙ୍କବାଦୀଙ୍କୁ ଜମା ଛାଡ଼ି ନ ଥିଲେ। କାଳେ କିଛି ବିସ୍ଫୋରଣ ହେଇଯିବ ସେହି ଭୟରେ ସମ୍ପୃକ୍ତ ଆତତାୟୀଙ୍କୁ ଏକଦମ ମାଡ଼ିବସିଥିଲେ। ହେଲେ ଏହାର ପରିଣାମ ସୂରୁପ  ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ  ଜୀବନ ଦେବାକୁ ପଡ଼ିଲା।

ଆତ୍ମଘାତୀ ବିସ୍ଫୋରଣ ଘଟି ୧୪ ଜଣଙ୍କ ମୃତ୍ୟୁ ଘଟିଛି।  ହେଲେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବଳିଷ୍ଠ ଉଦ୍ୟମ ପାଇଁ ଏକ ବଡ଼ ଧରଣର ବିପର୍ଯ୍ୟରୁ ରକ୍ଷା ମିଳିଯାଥିଲା। ଏହି ସାହସିକ ଅବଦାନ ପାଇଁ ସେହି ପୋଲିସ ଅଧିକାରୀଙ୍କୁ ହିରୋ ଆଖ୍ୟା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos