ବ୍ରାଉନ୍‌ସୁଗାର କବଳରେ ବାରିପଦା; ନିଶାମୁକ୍ତ କରିବାକୁ ବନ୍ଦ ଡାକରା

ବାରିପଦା: ବାରିପଦାକୁ ନିଶାମୁକ୍ତ ସହର କରିବା ଦାବିରେ ଆଜି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌) ପକ୍ଷରୁ ୧୨ ଘଣ୍ଟିଆ ବାରିପଦା ବନ୍ଦ ଡାକରା ଦିଆଯାଇଛି। ଫଳରେ ସହରରେ ଦୋକାନବଜାର ବନ୍ଦ ରହିଛି। ଯାନବାହାନ ଚଳାଚଳ ବି ବନ୍ଦ ରହିଛି। ସହର ଦେଇ ଯାଇଥିବା ଜାତୀୟ ରାଜପଥରେ ଟ୍ରକ୍ ଓ ବସ୍ ଅଟକି ରହିଛନ୍ତି। ଟ୍ରେନ୍ ଚଳାଚଳ ବି ପ୍ରଭାବିତ ହୋଇଛି। ଭୁବନେଶ୍ୱର-ବାଙ୍ଗିରିପୋଷୀ ସୁପରଫାଷ୍ଟ୍ ଏକ୍ସପ୍ରେସ୍ ଅଟକି ରହିଛି। ଜେଏମ୍‌ଏମ୍‌ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ବାରିପଦାରେ ନିଶା କାରବାର […]

baripada

baripada

Rakesh Mallick
  • Published: Wednesday, 19 April 2017
  • Updated: 19 April 2017, 08:55 PM IST

Sports

Latest News

ବାରିପଦା: ବାରିପଦାକୁ ନିଶାମୁକ୍ତ ସହର କରିବା ଦାବିରେ ଆଜି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌) ପକ୍ଷରୁ ୧୨ ଘଣ୍ଟିଆ ବାରିପଦା ବନ୍ଦ ଡାକରା ଦିଆଯାଇଛି। ଫଳରେ ସହରରେ ଦୋକାନବଜାର ବନ୍ଦ ରହିଛି। ଯାନବାହାନ ଚଳାଚଳ ବି ବନ୍ଦ ରହିଛି। ସହର ଦେଇ ଯାଇଥିବା ଜାତୀୟ ରାଜପଥରେ ଟ୍ରକ୍ ଓ ବସ୍ ଅଟକି ରହିଛନ୍ତି। ଟ୍ରେନ୍ ଚଳାଚଳ ବି ପ୍ରଭାବିତ ହୋଇଛି। ଭୁବନେଶ୍ୱର-ବାଙ୍ଗିରିପୋଷୀ ସୁପରଫାଷ୍ଟ୍ ଏକ୍ସପ୍ରେସ୍ ଅଟକି ରହିଛି।

ଜେଏମ୍‌ଏମ୍‌ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ବାରିପଦାରେ ନିଶା କାରବାର ବଢ଼ି ଯାଇଛି। ବିଶେଷ କରି ବ୍ରାଉନ୍‌ସୁଗାର ଏହାର କାୟା ବିସ୍ତାର କରୁଛି। ତେଣୁ ଦିନକୁ ଦିନ ସହରରେ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବଢ଼ି ଚାଲିଛି। ପୋଲିସ୍ ଓ ଅବକାରୀ ବିଭାଗ ଚୋରା ନିଶା କାରବାର ଉପରେ ଲଗାମ୍ ଲଗାଇବାରେ ବିଫଳ ହୋଇଛି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos